May 10, 2026

କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ଭଗତ ସିଂଙ୍କ ଶହୀଦ ଦିବସରେ ୫୪ ୟୁନିଟ ରକ୍ତ ସଂଗ୍ରହ

IMG-20250324-WA0025
Share

 

ଛତ୍ରପୁର-୨୪/୩/୨୫(ଅରୁଣ କୁମାର ପଣ୍ଡା )କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ଭଗତ ସିଂ ଙ୍କ ଶହୀଦ ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ଯ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତ ଦାନ ଶିବିର ଆୟୋଜନ ହେଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ୫୪ ଜଣ ଯୁବ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଭଗତ ସିଂଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଭଗତ ସିଂହ ଦେଶ ପ୍ରୀତିର ଅମୂଲ୍ଯ ବଳିଦାନକୁ ସ୍ମରଣ କରି ସ୍ମୁତି ସଭା କରାଯାଇ ସମସ୍ତ ସଦସ୍ଯ ପୁଷ୍ପ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ରୂପେ ସମାଜ ଖବର କାଗଜ ବ୍ରହ୍ମପୁର ଲୋକ ସେବକ ମଣ୍ଡଳ ର ସଦସ୍ୟ ରାଜେନ୍ଦ୍ର ଜେନା, ଅତିଥି ରୁପେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ , ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ଯୁବ ସମାଜସେବୀ ନୀଳାଞ୍ଚଳ ସେଠି ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଈଜୁ ଅମିନ ଖାନ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ଜଲାଲ ଖାନ, ସୁବୋଧ ସୁମନ ସ୍ୱାଇଁ, ଛାତ୍ରନେତା ମହେଶ ଗୌଡ, ସମ୍ବିତ ବିଶ୍ଵାଳ, ସନ୍ତୋଷ ସାହୁ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରନେତା ସାର୍ଥକ ମହାପାତ୍ର, ସୁଦର୍ଶନ ମଲ୍ଲିକ, ସନ୍ତୋଷ କୁମାର ବେହେରା, ଟି. ସୁନିଲ୍ କୁମାର ରାଓ, ଅଭିଜିତ ଚୌଧୁରୀ, ଦୀପକ ଶତପଥୀ, ରୋହନ ସାହୁ, ସୁଭସ୍ମିତା ମଲ୍ଲିକ, ସାଇ ଶ୍ରୀ ବେହେରା, ସ୍ଵପ୍ନା ମଲ୍ଲିକ,ସୁନିତା ରାଣୀ ସାହୁ ,ପି.ତାତେୟା, ଶୁଭଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।