May 14, 2026

ଆଉ ନାହାନ୍ତି ସ୍ୱାମୀ ଆନନ୍ଦଜୀ 

IMG-20250423-WA0032
Share

ଚକ୍ରତୀର୍ଥରୋଡ଼ସ୍ଥ ହୋଟେଲ ଗାର୍ଡେନ୍ ରିସର୍ଟ ସମ୍ମୁଖ ଦିବ୍ୟ ଜୀବନ ଯୋଗାଶ୍ରମର ମୁଖ୍ୟ ସ୍ବାମୀ ସ୍ବାମୀ ଆନନ୍ଦଜୀ ଙ୍କ ମହାପ୍ରୟାଣ ହୋଇଛି ।ହୃଦଘାତ ଗୋଗୁଁ ୭୫ ବର୍ଷ ବୟସରେ ତାଙ୍କର ଆଶ୍ରମ ପରିସରରେ ପରଲୋକ ଘଟିଛି।ମହାପ୍ରୟାଣ ଖବର ପାଇଁ ଅନ୍ତେବାସୀଙ୍କ ସହ ପୁରୀର ବହୁ ସାଧୁ , ସନ୍ଥ ,ବିଶିଷ୍ଟ ବ୍ୟକ୍ତି ଆଶ୍ରମକୁ ଯାଇ ମରଶରୀର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସେ ବିଶ୍ଵ ପରିବ୍ୟାପ୍ତ କରିଥିଲେ।ବିଶେଷ କରି ଆଚରଣ ,ଉଚ୍ଚାରଣ ଓ ନମ୍ରତା ଦ୍ବାରା ହିଁ ଭଗବତ ପ୍ରାପ୍ତି ହୋଇପାରିବ ଏହି ଲକ୍ଷ୍ୟ ନେଇ ସେ ଅନେକ ପୁସ୍ତକ ରଚନା କରିବା ସହ ବିଦେଶୀ ଭକ୍ତଙ୍କୁ ପ୍ରଶିକ୍ଷଣ ଦେଉଥିଲେ।ସମଗ୍ର ବିଶ୍ୱର ୨୨ରୁ ଉର୍ଦ୍ଧ୍ବ ରାଷ୍ଟ୍ରରେ ଆଶ୍ରମର ଶାଖା ରହିଛି।ପୁରୀରେ କ୍ରିୟାଯୋଗ ଆଶ୍ରମ ପରେ ଏହା ଦ୍ଵିତୀୟ ବୃହତ୍ ଆଶ୍ରମ ବୋଲି କୁହାଯାଏ।ମହାନ୍ ସନାତନ ସଂସ୍କୃତି ଓ ପରମ୍ପରାକୁ ନେଇ ତାଙ୍କ ରଚିତ ପୁସ୍ତକକୁ ଜାପାନୀ ମାନେ ଅଧ୍ୟୟନ କରୁଥିଲେ।ଆଶ୍ରମର ପ୍ରକ୍ରିୟା ଅନୁଯାୟୀ ତାଙ୍କ ମର ଶରୀରରେ କ୍ଷୀରରେ ଅଭିଷେକ କରାଯାଇଥିଲେ।ପରେ ତାଙ୍କ ପାର୍ଥିବ ଶରୀର କଣାସ ମନ୍ଦାରବସ୍ତ ସ୍ଥିତ ଆଶ୍ରମକୁ ନିଆଯିବ।ସ୍ଵାମୀଙ୍କ ଶେଷ ଇଛା ଅନୁଯାୟୀ ସେଠାରୁ ତାଙ୍କ ବନାରସ ନିଆଯାଇ ପବିତ୍ର ଗଙ୍ଗାରେ ଜଳ ସମାଧି ଦିଆଯିବ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ