May 10, 2026

କୋରାପୁଟ ଜିଲ୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନେ ଏକ ସଭାଯ।ତ୍ରାରେ ବାହାରି ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର କରାଯାଇଛି

IMG-20250423-WA0027
Share

କୋରାପୁଟ ୨୩/୪/୨୦୨୫ (ଗୁପ୍ତେଶ୍ୱର ରଥ) କୋରାପୁଟ ଜିଲ୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନେ ଏକ ସଭାଯ।ତ୍ରାରେ ବାହାରି ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର କରାଯାଇଛି। ସଙ୍ଘର ସୋଭାପତି ସୁଧାକର ପଟ୍ଟନାୟକ ଙ୍କ ନେତୃତ୍ୱରେ , ଉପ ସଭାପତି ନିରଞ୍ଜନ ପାଢ଼ୀ, ଯୁଗ୍ମ ସମ୍ପାଦକ ପି, ନାଗେଶ୍ଵର ରଓ, ସଂଗଠିନକ ସମ୍ପାଦକ ସରଜ୍ ରଥ, ଉପଦେଷ୍ଟା ଭଗବାନ ନାହାକ,, ବସନ୍ତ ପଣ୍ଡା, ହୃଷୀକେଶ ପାଢ଼ୀ, ସୂର୍ଯ୍ୟ ପ୍ରକାଶ ଯାଦବ, ରାମନାଥ ପଣ୍ଡା ପ୍ରମୁଖ ଙ୍କ ସହ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ମନେ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୂ ଆସିଲା ପରେ ଦାବିପତ୍ର ପ୍ରଦାନ କରିଥିଲେ। ଡେପୁଟି କଲେକ୍ଟର ଦେବେନ୍ଦ୍ର ରାଉତ ଦାବୀପତ୍ର ଗ୍ରହଣ କରିଥିଲେ। ୧୯୭୧ ମସିହା ପେନସନ ଆଇନ ସଂଶୋଧନ ଏବଂ ୨୦୨୫ ସଂଶୋଧିତ ଆଇନର ଚତୁର୍ଥ ପରିଚ୍ଛେଦ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ବୋଲି ସଂପାଦକ ମାର୍କଣ୍ଡ ପାଢ଼ୀ କହିଛନ୍ତି।