May 18, 2024

ସିପିଆଇ ଏମ୍ଏଲ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଗୁଣୁପୁର ବାସୀ ଓ ଆଦିବାସୀଙ୍କ ସ୍ୱାର୍ଥ ବିଧାନସଭା ରେ ଉଠିବ

Share

 

ଗୁଣୁପୁର,-ରାୟଗଡା ଜିଲ୍ଲା ଗୁଣୁପୁର ସିପିଆଇ ଏମ୍ ଏଲ ଲିବାରେଶନ ଦଳ ପକ୍ଷରୁ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ଭାବେ ଅନାସିମ ଶବର ନିଜର ନାମାଙ୍କନ ପତ୍ର ଗୁଣୁପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଙ୍କ ନିକଟରେ ଦାଖଲ କରିଛନ୍ତି । ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ପୁରୁଣା ବସଷ୍ଟାଣ୍ଡ ଦେଇ ସାଢ଼େ ଦୁଇ କିଲୋମିଟର ଆଖି ଦୃଶିଆ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ଦୀର୍ଘ ୨୫ ବର୍ଷର ସ୍ଥାଣୁ ନବୀନ ସରକାର ରାଜ୍ୟର ବିକାଶ ପରିବର୍ତ୍ତେ ନିଜ ଦଳୀୟ ନେତା ଓ କର୍ମୀଙ୍କ ବିକାଶ କରିଛନ୍ତି । ଆଜିଯାଏଁ ପାଣି ଡଙ୍ଗର ପ୍ରକଳ୍ପ ହୋଇ ପାରିଲା ନାହିଁ, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନାହାଁନ୍ତି, ଗୁଣୁପୁର ଦେଇ କୌଣସି ଜାତୀୟ ରାଜପଥ ଟିଏ ଯାଇନାହିଁ । ଏଠାକାର ଆଦିବାସୀ, ଚାଷୀ, ଭୂମିହୀନ ଶୋଷଣ ର ଶିକାର ହେଉଛନ୍ତି । ଦେଶକୁ ଭାଗଭାଗ କରିବାକୁ ବିଜେପି ଓ ବିଜେଡ଼ି ମଧ୍ୟରେ ଡିଲ ହୋଇଛି । ତେଣୁ ଗଣତନ୍ତ୍ର ଓ ସମ୍ବିଧାନ ର ସୁରକ୍ଷା ଆବଶ୍ୟକ । ଯଦି ସିପିଆଇ ଏମ୍ ଏଲ ପ୍ରାର୍ଥୀ ବିଧାନସଭା କୁ ନିର୍ବାଚିତ ହୁଅନ୍ତି ତେବେ ନିଶ୍ଚିତ ବିଧାନସଭା ରେ ଗୁଣୁପୁର ବାସୀ ଙ୍କ ସ୍ଵାର୍ଥ ପାଇଁ ଲଢେ଼ଇ ହେବ ବୋଲି ପ୍ରାର୍ଥୀ ଅନାସିମ ଶବର ଓ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ କହିଛନ୍ତି ।(ସୁରେନ୍ଦ୍ର ମହାନ୍ତି )