May 18, 2024

ଆଦର୍ଶ ବିହାର ରେ ଆକସ୍ମିକ ଅଗ୍ନିକାଣ୍ଡ

Share

 

ଗୁଣୁପୁର,-ରାତି ଅଧରେ ହୁତୁ ହୁତୁ ହୋଇ ଜଳିଗଲା ବିରାଟ ଖଜୁରୀ ଗଛ । ଆଖପାଖ ଅଞ୍ଚଳରେ ବ୍ୟାପିଗଲା ନିଆଁ । ଭୟଭୀତ ଅବସ୍ଥାରେ ଲୋକେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିବା ବେଳେ ଏତେ ଉଚାରେ ଅଗ୍ନିକାଣ୍ଡ କିଭଳି ହେଲା କିଏ କିଛି ବୁଝି ପାରୁ ନ ଥିଲେ । ସାରା ସହରକୁ ଦୃଷ୍ଟି ଗୋଚର ହେଉଥିଲା ଏହି ଭୟଙ୍କର ଅଗ୍ନିକାଣ୍ଡ । ପରେ ଗୁଣୁପୁର ଅଗ୍ନିଶମ ବାହିନୀ କୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡ କୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡ କିଭଳି ହେଲା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବରେ ଜଣାପଡି ନାହିଁ ।(ସୁରେନ୍ଦ୍ର ମହାନ୍ତି )