April 28, 2026

ମା ସମଲେଶ୍ଵରୀଙ୍କ ବାର୍ଷିକ ଵଏଲ ଓ ଜୁଗ।ର ଯାତ୍ରା 

IMG-20241020-WA0006
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ତାଳବ ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ରେ ପୂଜା ଅର୍ଚ୍ଚନା କରାଯିବା ପରେ ରାତ୍ରି ରେ ଦେବୀ ଙ୍କ ବରୁଆ ଦେହରେ ଆବିର୍ଭାବ ହେବା ସହିତ ଜନସାଧାରଣ ଙ୍କୁ ଦର୍ଶନ ଦେଇଥିଲେ। କିମ୍ବଦନ୍ତୀ ଅନୁସାରେ ଏହା ଏହି ଅଞ୍ଚଳର ସର୍ବ ପୁରାତନ ତଥା ସ୍ଵୟଂ ଆବିର୍ଭାବ ମନ୍ଦିର ହୋଇ ଥିବାରୁ ପ୍ରବଳ ଜନ ସମାଗମ ହୋଇଥାଏ। ଏଠାରେ ପଶୁବଳୀ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ମା ସମଲେଶ୍ଵରୀଙ୍କ ନିକଟରେ ଜୁଗ।ର ରୂପରେ ମାନସିକ ଭୋଗ ଅର୍ପଣ କରାଯାଏ। ଏହି ଅବସରରେ ଗ୍ରାମ୍ୟ ବାସୀଙ୍କ ଦ୍ୱାରା ୧୧ ଫୁଟ ର ଜୁଗ।ର ପ୍ରସ୍ତୁତ କରାଯାଇ ଥିଲା,ଏହା କୁ ଗ୍ରାମ୍ୟ ଭ୍ରମଣ କରିବା ପରେ ମା ଙ୍କ ନିକଟରେ ଅର୍ପଣ କରାଯାଇଥିଲା। ଏହି ଗ୍ରାମ ର ଏହି ଯାତ୍ରା ର ଅନ୍ୟ ଏକ ମୂଖ୍ୟ ଆକର୍ଷଣ କଳ।କୁଞ୍ଜ ଅଟେ।ଏହି ବର୍ତ୍ତମାନ ସମୟରେ ଚାଲୁଥିବା ବିଭିନ୍ୟ ଲୋକକଳା, ସାମା ଜିକ ବୈଧତା ଯାଇପରିକି ପାଣି ର ମହତ୍ବ,ନାରୀ ସୁରକ୍ଷା,ସୁଭଦ୍ରା ଯୋଜନା ର ତ।ପ୍ତାଜ୍ୟ, ବୃଦ୍ଧ ମାତା ପିତା ମାନକୁ ମିଳୁଥିବା ଅସହଯୋଗ, କୃଷ୍ଣଙ୍କର ବାଲ୍ୟ ଲିଲ। ଇତ୍ୟାଦି ମୂର୍ତ୍ତି ମଧ୍ୟମରେ ଜନସାଧରଣମାନକୁ ସଚେତନତା କରଯାଇଥିଲା। ସଂଧ୍ୟା ରେ ବିଭିନ୍ୟା ସାଂସ୍କୃତିକ କାର୍ଯକ୍ରମ ମାନ ଅନୁଷ୍ଠିତ ହୋଇଥିଲା।