September 20, 2026

‘ଶହୀଦ ମାଧୋ ସିଂହ ଅବସରପ୍ରାପ୍ତ ସୈନିକ ସଂଘ’ର ନୂଆଖାଇ ଭେଟଘାଟ 

IMG-20260920-WA0050
Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଗତକାଲି (୨୦ ସେପ୍ଟେମ୍ବର ୨୦୨୬) ପଦ୍ମପୁର ବ୍ଲକ ଅନ୍ତର୍ଗତ ସରଗିବାହାଲ ଠାରେ ‘ଶହୀଦ ମାଧୋ ସିଂହ ଅବସରପ୍ରାପ୍ତ ସୈନିକ ସଂଘ’ ପକ୍ଷରୁ ଏକ ଭବ୍ୟ ‘ନୂଆଖାଇ ଭେଟଘାଟ – ୨୦୨୬’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ଏହି ସାଂସ୍କୃତିକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ସଭାପତି କ୍ୟାପଟେନ୍ ନବୀନ କୁମାର ପଧାନ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ସମସ୍ତ ବୀର ସୈନିକ ଓ ଉପସ୍ଥିତ ଜନସାଧାରଣ ଏକ ସ୍ୱରରେ ଜାତୀୟ ସଙ୍ଗୀତ ଗାନ କରି ଦେଶାତ୍ମବୋଧର ବାର୍ତ୍ତା ଦେଇଥିଲେ। ଚଳିତ ବର୍ଷ ଦେଶ ମାତୃକାର ସେବା କରି ଅମର ହୋଇଥିବା ବୀର ଶହୀଦମାନଙ୍କ ସ୍ମୃତି ଚାରଣ କରାଯାଇ ସେମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଏହି ଅବସରରେ ଅଞ୍ଚଳର କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ସଂଘରେ ସାମିଲ ହୋଇଥିବା ନୂତନ ସଦସ୍ୟମାନଙ୍କୁ ଆନନ୍ଦର ସହ ସ୍ୱାଗତ କରାଯାଇଥିଲା। ସଂଘର ସଭାପତି ନିଜ ଅଭିଭାଷଣରେ ସଂଗଠନର ମୂଳ ଉଦ୍ଦେଶ୍ୟ, ସମାଜସେବା ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଉତ୍ସବର ଶେଷ ଭାଗରେ ସୈନିକ ପରିବାର ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ପାରମ୍ପରିକ ମନୋରଞ୍ଜନଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ସମସ୍ତେ ମିଶି ଭୋଜନ କରିବା ସହ ପରସ୍ପରକୁ ‘ନୂଆଖାଇ ଜୁହାର’ ଜଣାଇ କାର୍ଯ୍ୟକ୍ରମରସମାପନ କରିଥିଲେ।