March 8, 2026

*ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଗ ର ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ*

IMG-20230820-WA0020
Share

*ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଗ ର ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ*
====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ରମ୍ଭା ସହର ଗାୟତ୍ରୀ ଶକ୍ତିପୀଠ ରେ ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ତରଫରୁ ପଞ୍ଚଦଶବାର୍ଷିକ ଉଛବ ସଭାପତି ବାନାମ୍ବର ପାଲାଇ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ଲୋକ ସେବକ ମଣ୍ଡଳ ମୁଖ୍ୟ ତଥା ଓଡିଶା ସ୍କାଉଟ ଆଣ୍ଡ ଗାଇଡ ଭାଇସ ପ୍ରେସିଡେଣ୍ଟ ନିରଞ୍ଜନ ରଥ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ର କାର୍ଯ୍ୟଧାରା କୁ ଉଚ୍ଚ ପ୍ରଶଂସା କରିଥିଲେ l ମୁଖ୍ୟବକ୍ତା ବ୍ରହ୍ମପୁର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡ଼.କୃଷ୍ଣ ମୋହନ ପାଠୀ, ଅନ୍ୟତମ ମୁଖ୍ୟବକ୍ତା ଓ ଏ ଏସ ଅଧିକା୍ରୀଣି କଲ୍ୟାଣୀ ସଂଘମିତ୍ରା ଦେବୀ , ସମ୍ମାନିତ ଅତିଥିଭାବେ ଗଞ୍ଜାମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ, ,ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ ବିନୋଦ କୁମାର ବେହେରା,ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ତ୍ରିପାଠୀ, ରେସପଣ୍ଡ ଟ୍ରଷ୍ଟ ଅଫ ଇଣ୍ଡିଆ ଚେୟାରମ୍ୟାନ ସ୍ୱସ୍ତିକ ସୁନ୍ଦର ସିୟ , ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଶାଖା ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସୁଖ ସମୃଦ୍ଧି କାମନା ସହ ବିକାଶଶୀଳ ରାଷ୍ଟ୍ର ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ପରିପ୍ରକାଶ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ର ସ୍ମରଣିକା ଉନ୍ମୋଚିତ ହୋଇଥିଲା l
ଚଳିତ ବର୍ଷ ଓ ଗତ ବର୍ଷ ଓଡିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ଗଞ୍ଜାମ ଅଞ୍ଚଳର ସମସ୍ତ ଯୁବ ବ୍ୟକ୍ତିତ୍ୱ, ଦୁଃସାହାସିକ ସମୁଦ୍ର କ୍ରୀଡାବିତ୍ତ ମନସ୍ବିନୀ ମହାରଣା, ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟ ର ଦଶମ ଶ୍ରେଣୀ ଟପର, ବରିଷ୍ଟ ନାଗରିକ ଅବସରପ୍ରାପ୍ତ କୃଷି ଅଧିକାରୀ ଜାମ୍ଭବ ନାହାକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ପ୍ରାରମ୍ଭରେ ଅବସରପ୍ରାପ୍ତ ସଙ୍ଘ ର ସଦସ୍ୟ ସ୍ୱର୍ଗତ ପିତାମ୍ବର ବେହେରାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସମ୍ପାଦକ ବାଳକୃଷ୍ଣ ମହାରଣା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ l ଗୌରୀ ଶଙ୍କର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମର ସୁପରିଚାଳନା ହୋଇଥିଲା l