June 15, 2026

ବରିଷ୍ଠ ସାମ୍ବାଦିକ ପିତା ଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ 

IMG-20241019-WA0023
Share

 

ଅସ୍ତରଙ୍ଗ, ୧୯/୧୦-ମହାଭାରତ -ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ ଙ୍କ ପିତାଙ୍କର ଆଜି ୧ମ ବାର୍ଷିକ ଶ୍ରାଦ୍ଧ ମହୋତ୍ସବ ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ଅସ୍ତରଙ୍ଗ ବ୍ଲକ କଅଂରପୁର ନିକଟରେ ଶିବ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା, ସୂଚନା ମୁତାବକ ଗତବର୍ଷ ନଭେମ୍ବର ମାସ ରେ ନିରଞ୍ଜନ ଦାସ ଙ୍କ ସ୍ବର୍ଗୀୟ ପିତା ରାଜକିଶୋର ଦାସ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କ ର ଦେହାନ୍ତ ହୋଇଥିଲା,ରାଜକିଶୋର ଜଣେ ଧର୍ମପରାୟଣ, ନିଷ୍ଠାବାନ ଓ ପରୋପକାରୀ ବ୍ୟକ୍ତି ଭାବେ ଅସ୍ତରଙ୍ଗ ଅଞ୍ଚଳ ରେ ଜଣାଶୁଣା l ଆଜି ତାଙ୍କ ମୃତ୍ୟୁ କୁ ନେଇ ୧ ବର୍ଷ ବିତିଯାଇଛି, ଆଜି ୧ ମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ରେ ପରିବାର ତରଫରୁ କିଛି ଅସହାୟ ଲୋକ ଙ୍କୁ ଖାଦ୍ୟ ସହିତ ବସ୍ତ୍ର ପ୍ରଦାନ କରାଯାଇଛି, ଏହି ଶ୍ରାଦ୍ଧ ବାର୍ଷିକ ମହୋତ୍ସବ ରେ ଅସ୍ତରଙ୍ଗ ବ୍ଲକ, କାକଟପୁର ବ୍ଲକ ର ଅନେକ ବୁଦ୍ଧିଜୀବୀ, ବ୍ୟବସାୟୀ, ବହୁ ସାମ୍ବାଦିକ, ବରିଷ୍ଠ ନାଗରିକ, ସମାଜସେବୀ ମାନେ ଏକତ୍ରିତ ହୋଇ ସ୍ବର୍ଗୀୟ ରାଜକିଶୋର ଦାସ ଙ୍କ ଆତ୍ମା ର ଶାନ୍ତି ମୁକ୍ତି ନିମନ୍ତେ ପାର୍ଥନା କରିବା ସହ ପରିବାର ଙ୍କୁ ସାକ୍ଷାତ କରି ଶିବ ମନ୍ଦିର ରେ ପ୍ରସାଦ ସେବନ ରେ ଅଂଶ ଗ୍ରହଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଜ୍ୟୋଷ୍ଠ ପୁତ୍ର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ, ନିରଞ୍ଜନ ଙ୍କ ଧର୍ମ ପତ୍ନୀ ସବିତା ଦାସ, ସାନ ପୁଅ ସୁରେଶ ଚନ୍ଦ୍ର ଦାସ, ନାତି ଆୟୁଷ୍ମାନ ଦାସ, ନାତୁଣୀ ବର୍ଷା ଦାସ, ସୋନାଲିକା ଦାସ ଙ୍କ ସମେତ ପରିବାର ର ଅନେକ ବନ୍ଧୁବାନ୍ଧବ ଏକତ୍ରିତ ହୋଇଥିଲେ l

ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed