ବ୍ରାହ୍ମଣ ଏକତା ମଞ୍ଚ, ବୀରମହାରାଜପୁର ର ସାଂଗଠନିକ ବୈଠକ

ଉଲୁଣ୍ଡା ,
ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚର ସାଂଗଠନିକ ବୈଠକ ରବିବାର ବୀରମହାରାଜପୁର ବ୍ଲକ୍ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ସାମୂହିକଭାବେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିଷ୍ଣୁ ସହସ୍ରନାମ ପଠନ କରା ଯାଇଥିଲା ଏବଂ କଲ୍ୟାଣ ମଣ୍ଡପ ଠାରେ ସଭାର ଆୟୋଜନ କରା ଯାଇଥିଲା। ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରୁ ୨୦୦ ରୁ ଅଧିକ ବ୍ରାହ୍ମଣ ଯୋଗଦାନ କରିଥିଲେ। ସଭାରେ କୃଷ୍ଣଚନ୍ଦ୍ର ପାଢୀ ସଭାପତିତ୍ବ କରିଥିବା ବେଳେ ସୋନପୁର ନଗରର ତ୍ରିପୁରାରୀ ପଣ୍ଡା, ବୈକୁଣ୍ଠ ଶତପଥୀ,ଉଲୁଣ୍ଡା ବ୍ଲକ ସଭାପତି ପ୍ରଶାନ୍ତ କୁମାର ଶତପଥୀ,ସଂପାଦକ ଲକ୍ଷ୍ମଣ ପାଣ୍ଡିଆ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ।ସଭା ପ୍ରାରମ୍ଭରେ ସୁଶାନ୍ତ ପୁରୋହିତ ମଙ୍ଗଳାଚରଣ ଗାନ କରିଥିଲେ।ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଯୁଗଳ କିଶୋର ମିଶ୍ର ସ୍ବାଗତ କରିଥିଲେ।ସଭାରେ ଏକ ପରିଚାଳନା ପରିଷଦ ଗଠନ କରା ଯାଇଥିଲା।ଏଥିରେ ସଭାପତି ଭାବେ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ,ଉପ ସଭାପତି କିଶୋର ହୋତା,ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା,ସହ ସଂପାଦକ ବିପିନ୍ ପଣ୍ଡା,ସଂଗଠନ ସଂପାଦକ ରବି ନାରାୟଣ ପଣ୍ଡା, ସତ୍ୟଞ୍ଜିବ ମିଶ୍ର,ଲଳିତ କର, କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନନ୍ଦ,ସହ କୋଷାଧ୍ୟକ୍ଷ ପ୍ରକାଶଚନ୍ଦ୍ର ପଣ୍ଡା,ସଂଯୋଜକ ଯୁଗଳ କିଶୋର ମିଶ୍ର,ବିବଶ୍ବତି ପଣ୍ଡା,ଆଇନ୍ ପରାମର୍ଶଦାତା ସତ୍ୟବ୍ରତ ମିଶ୍ର,ସୁରେନ୍ଦ୍ର ତ୍ରିପାଠୀ ତଥା ଉପଦେଷ୍ଟା ଭାବେ ଦୟାନିଧି ହୋତା,ଧରଣୀଧର ପାଢ଼ୀ, କୃଷ୍ଣଚନ୍ଦ୍ର ପାଢ଼ୀ, ଭଗବାନ ମିଶ୍ର,ବେଣୁଧର ଦାଶ,ଅଶୋକ ପୁରୋହିତ,ଦାମୋଦର ହୋତା,ବ୍ରଜ ଗୋପାଳ ମହାପାତ୍ର,ମନୋରଞ୍ଜନ ଦାଶ,ମଧୁ ସୂଦନ ପଣ୍ଡା,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି।ଡ଼ ପ୍ରଫୁଲ୍ଲ ରଥ,ନିଳାମ୍ବର ପଣ୍ଡା,ଅଶୋକ ପାଣ୍ଡିଆ, ଗୋବିନ୍ଦ ମିଶ୍ର,ପଦ୍ମ ଲୋଚନ ମିଶ୍ର,ସତ୍ୟ ନାରାୟଣ ନାୟକ,ରାମ ପ୍ରସାଦ ପଣ୍ଡା, ବିଷ୍ଣୁ ଚରଣ ପଣ୍ଡା,ରାଜେଶ ପାଣିଗ୍ରାହୀ,ସୂର୍ଯ୍ୟ ନାରାୟଣ ପଣ୍ଡା,ଅଶୋକ କୁମାର ପାଣ୍ଡିଆ ପ୍ରମୁଖ ସହଯୋଗ କରିଥିଲେ।
