ବନ୍ଧୁ ମିଳନ ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ..

ମୋହନା–ବାଲିଗୁଡା ଜିଲ୍ଲା କନ୍ଧମାଳ ଠାରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅଧିନସ୍ଥ ବାଲିଗୁଡା ଗ୍ରାମ୍ୟ ପରିଷଦର ବନ୍ଧୁ ମିଳନ ଓ କର୍ମ କର୍ତା ଙ୍କ ଶପଥ ପାଠ ଉଛବ ଆଦ୍ୟ ତା -19.07.2026ରିଖ ଦିବା ଘଣ୍ଟା 11.00ସମୟ ରେ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରିୟ ପରିଷଦ ର ସଭାପତି ଶ୍ରୀ ଦଣ୍ଡାସୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ସାନମାନିତ ଅତିଥି ଭାବେ ଘୁମୁସର କେନ୍ଦ୍ରୀୟ ପରିଷଦର ସଭାପତି ଶ୍ରୀ ରଙ୍କନିଧି ସାହୁ ଓ ତାଙ୍କରି କର୍ମ କର୍ତା ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ସାହୁ, ଅଞ୍ଚକିକ ପରିଷଦ ସଭାପତି ଶ୍ରୀ ଗୋପାଳ ସାହୁ ଓ କେନ୍ଦ୍ରୀୟ କର୍ମ କର୍ତା ବୃନ୍ଦ ଯୋଗ ଦେଉଥିଥିଲେ. ବାକିଗୁଡ଼ା ଗ୍ରାମ୍ୟ ପରିଷଦ ର ସଭାପତି ଶ୍ରୀ ସଞ୍ଜୟ ସାହୁ ଓ ତାଙ୍କରି କର୍ମ କର୍ତା ଓ ସଭ୍ୟ ସଭ୍ୟା ବୃନ୍ଦ ଯୋଗ ଦେଇଥିଲେ. କେନ୍ଦ୍ରୀୟ ପରିଷଦ ର ସଭାପତି ଶ୍ରୀ ଦଣ୍ଡାସୀ ସାହୁ ସଂଗଠନ ଉପରେ ବୁଝାଇଥିଲେ। ମହାସଭା ବାର୍ଷିକ ସମ୍ମିଳନୀ 2026ର ପୁସ୍ତିକା ଓ ସିଲ ପ୍ରଦାନ କରିଥିଲେ। ସଭ୍ୟ ସଭ୍ୟା ପ୍ରାୟ ଦୁଇଶହରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ।
