September 6, 2026

କଇରାଝୁଲି ବିଦ୍ୟାଳୟରେ  ସମ୍ବାଦ ତରଫରୁ ବାର୍ଷିକ ପ୍ରତିଯୋଗୀତା ଅନୁଷ୍ଠିତ 

IMG-20260906-WA0065
Share

 

 

ସୁବର୍ଣ୍ଣପୁର ୬/୯ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବାଦ ଖବର କାଗଜ ତରଫରୁ ବ୍ଲକ ସ୍ତରୀୟ ବାର୍ଷିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗୀତାରେ ସୋମନାଥ ସାହୁ ପ୍ରଥମ ସ୍ଥାନ, ସାଇନାଥ ଖୁରା ଦ୍ଵିତୀୟ ସ୍ଥାନ ଓ ଜ୍ୟୋତିର୍ମୟ ପଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ପୁନମ ମେଣ୍ଡିଲି ପ୍ରଥମ ସ୍ଥାନ, ପାୟଲ ପଧାନ ଦ୍ଵିତୀୟ ସ୍ଥାନ ଓ ମିତା ମେହେର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭାଷାଜ୍ଞାନ ପ୍ରତିଯୋଗୀତାରେ ମମି ପଧାନ ପ୍ରଥମ ସ୍ଥାନ, ଆକାଂକ୍ଷା ବଡ଼ପଣ୍ଡା ଦ୍ଵିତୀୟ ସ୍ଥାନ ଓ କାୟଲଶ୍ରୀ ମହାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହାପରେ ପୁରସ୍କାର ବିତରଣୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପଧାନ ଙ୍କ ଅଧ୍ୟକ୍ଷ୍ୟତାରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଲେଖରାଜ ସାଗର, ସମ୍ବାଦ ପ୍ରତିନିଧି କୁଶ ବଘାର, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିନୟ କୁମାର ତ୍ରିପାଠୀ, ଶ୍ରୀଯୁକ୍ତ ସୁଦର୍ଶନ ଭୁକ୍ତା, ଶ୍ଶ୍ରୀଯୁକ୍ତ ଅଚ୍ୟୁତ ରଣା, ଶ୍ରୀଯୁକ୍ତ ପ୍ରଭାସ ମେହେର, ଶ୍ରୀଯୁକ୍ତ ସତ୍ୟ ମେହେର, କମିଟି ସଦସ୍ୟ ଶ୍ରୀଯୁକ୍ତ ବିଶିକେଶନ ମହାକୁର, ଶ୍ରୀଯୁକ୍ତ ମକରଧ୍ଵଜ ପଧାନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଶରତ ନାଏକ ପ୍ରମୁଖ ମଞ୍ଚାସୀନ ହୋଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ମଚାରୀ ନିର୍ମଳ ଜଗଦଲା ଓ ନରେନ୍ଦ୍ର ପଧାନଙ୍କ ସମେତ ଅବିଭାବକ ଅଭିଭାବିକା ମାନେ ସହଯୋଗ କରିଥିଲେ।

You may have missed