September 6, 2026

ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ 

IMG-20260906-WA0070
Share

 

ବରପାଲି : ୬/୯ (ସୁଦାମ ଦୀପ)ଅଦ୍ଯ ରବିବାର ଦିନ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ସ୍ତରୀୟ ଗୁରୁପୂଜନ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନରେ ବରପାଲି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଠାକୁର ଆତିଶ ବେହେରାଙ୍କ ସଭାପତିତ୍ବରେ ସାଧାରଣ ସଭାରେ ବରପାଲି ତହସିଲଦାର ରୁକ୍ମଣ ମେହେର ମୁଖ୍ଯ ଅତିଥିରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମେ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହାପରେ ଦିବଙ୍ଗତ ଶିକ୍ଷକ ସ୍ବର୍ଗତ ଆନନ୍ଦ ଦାଶ ଏବଂ ସ୍ବର୍ଗତ ଅଭିମନ୍ୟୁ ବାରିକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ ମୁଖ୍ଯବକ୍ତାଭାବରେ ଯୋଗଦେଇଥିବା ବେଳେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପଧାନ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଅନ୍ଯତମ ସମ୍ମାନିତ ଅତିଥି ଭାବେ ଏବିଇଓ ରତ୍ନ କୁମାର ଭୋଇ, ଦୁର୍ଯ୍ୟୋଧନ ସିଂହ ଓ ଦିଲିପ ମେହେର ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷକତାରୁ ଅବସର ଗ୍ରହଣ କରିଥିବା ଦଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୁରୁପୂଜନ ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରପାଲିର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରାଙ୍କ ସମେତ ନୂତନ ଭାବେ ଯୋଗଦାନ କରିଥିବା ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ସହ ସଂପାଦକ ଆନନ୍ଦ ବାରିକ ମଞ୍ଚ ସଞ୍ଚାଳନ କରିଥିବା ବେଳେ ସଂପାଦକ କ୍ଷେତ୍ର ମେହେର ବାର୍ଷିକ ବିବରଣୀ ପଠନ ଓ ଉପ-ସଭାପତି ମୋହନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କବି ମୁନିରାମ କୁମ୍ଭାର, ମନୋରଞ୍ଜନ ଲୁହା ଓ ତେଜୁରୁ ବାରିକ ହାସ୍ଯକବିତା ପରିବେଷଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।