September 7, 2026

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବର ଷଷ୍ଠ ସନ୍ଧ୍ୟା

IMG-20260906-WA0071
Share

 

ଖୋର୍ଦ୍ଧା, ୬/୯(ପ୍ରିୟଙ୍କା ମହାପାତ୍ର): ଓଡ଼ିଶା ସର୍ଭିସ୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ୟରେ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ସହଯୋଗରେ ଖୋର୍ଦ୍ଧା ସ୍ଥିତ ହାବେଳି ପଡ଼ିଆରେ ଚାଲିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବର ରବିବାର ଷଷ୍ଠ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।ସନ୍ଧ୍ୟା ଆଳତୀରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ସଭାପତି ଭବାନୀ ଚରଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ଦିବ୍ୟାଙ୍ଗ ଭାଇଭଉଣୀମାନେ ଭକ୍ତିସଙ୍ଗୀତ ପରିବେଷଣ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ରାତ୍ର ପହୁଡ଼ ସମୟରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।ଭିଏଚ୍‌ପି ଉପସଭାପତି ସୁଦର୍ଶନ ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ପଣ୍ଡିତ ମହେଶ୍ୱର ଷଡ଼ଙ୍ଗୀ ଉଦ୍‌ଘାଟନ କରି କହିଥିଲେ ଯେ, ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବିଭିନ୍ନ ବେଶ ଭକ୍ତଙ୍କ ମନରେ ଭକ୍ତି ଓ ଆଧ୍ୟାତ୍ମିକତାର ଭାବ ସୃଷ୍ଟି କରିଥାଏ। ପର୍ବପର୍ବାଣୀ ଓ ତିଥି ଅନୁସାରେ ମହାପ୍ରଭୁଙ୍କ ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରନ୍ତି।ଭିଏଚ୍‌ପି ବିଭାଗ ସମ୍ପାଦକ ବିରେନ୍ଦ୍ର ବିଦ୍ୟାଧର କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର ପ୍ରାଣକେନ୍ଦ୍ର। ଜଗନ୍ନାଥ ସଂସ୍କୃତି ହିଁ ଓଡ଼ିଆଙ୍କ ପରିଚୟ ଏବଂ ଓଡ଼ିଶାର ଇତିହାସ ଶ୍ରୀଜଗନ୍ନାଥଙ୍କ ଇତିହାସ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସେ କହିଥିଲେ।ସଭାପତି ଭବାନୀ ଚରଣ ପାଢ଼ୀ ସ୍ୱାଗତ ଭାଷଣରେ କହିଥିଲେ ଯେ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ସହ ଗୋଟିଏ ସ୍ଥାନରେ ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଦେବଦୁର୍ଲଭ ବେଶ ଦର୍ଶନର ସୁଯୋଗ ଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ

You may have missed