ଆଜିର ଖବର..
ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଝଟକା ପବନର ବେଗ ୧୫୦ କିମି ଥିଲା। ପ୍ରବଳ ବର୍ଷା ଓ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରକୋପ ଲାଗି ରହିଥିଲା।
ବାତ୍ୟା ‘ଅର୍ଣ୍ଣବ’ର ଶକ୍ତି ଓ ଗତି ବଢ଼ାଇଥିଲା ଏଲ୍ନିନୋ।
ଆସନ୍ତା ମାସ ୧୮ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରଣାସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା କଲେ ୭୭୫ ବରିଷ୍ଠ ନାଗରିକ ଓ ୨୫ ଅଧିକାରୀ।
ପୁରୀ ଶ୍ରୀମନ୍ଦିରରେ ଅଲୌକିକ ଦୃଶ୍ୟ। ପତିତପାବନ ବାନାରେ ଶୂନ୍ୟଗଣ୍ଠି, ମାନସିକ ବାନା ଛିଣ୍ଡି ଦଧିନଉତି ଉପରେ।
ସହରାଞ୍ଚଳରେ ପ୍ରାକୃତିକ ଜଳ ନିଷ୍କାସନ ପଥ ଓ ଜଳାଶୟ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଏସ୍ଓପି।
ରାଷ୍ଟ୍ରୀୟ ଏକତା ଦିବସ ପରେଡ୍ରେ ଯୋଗଦେବେ ଓଡ଼ିଶାରୁ ହଜାରେ ପ୍ରତିନିଧି। ନକ୍ସଲମୁକ୍ତ ଅଞ୍ଚଳର ପ୍ରତିନିଧିତ୍ୱ କରିବେ।
’ବାତ୍ୟା ଅର୍ଣ୍ଣବ’ ସ୍ଥିତି ସମୀକ୍ଷା: ୧୯ ହଜାର ମାଛଧରା ଡଙ୍ଗା ଉଦ୍ଧାର, ୪ ହଜାର ଗର୍ଭବତୀ ସୁରକ୍ଷିତ ସ୍ଥାନାନ୍ତର।
କୋରାପୁଟର କୋଟିଆ କେଉଁ ରାଜ୍ୟର? ପରିଚୟ ଅପେକ୍ଷାରେ୨୧ ଗ୍ରାମବାସୀ। ଆନ୍ଧ୍ର କରୁଛି କାମ, ଓଡିଶା ସରକାର ଉଦାସୀନ।
ଉପରମୁଣ୍ଡରେ ବର୍ଷା ଯୋଗୁଁ ବଂଶଧାରା ଓ ମହେନ୍ଦ୍ରତନୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି।
କେନ୍ଦ୍ରାପଡା ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୮୪, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୭୯ ପଦ ଖାଲି ପଡିଛି।
ରାୟଗଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବାକୁ ଜାତୀୟ ସୁରକ୍ଷା ଆଇନ ହଟାଇବାକୁ ଗୃହ ବିଭାଗ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲା।
ନବରଙ୍ଗପୁର ମଙ୍ଗଳମ ଟିମ୍ବର୍ସର ପରିବେଶ ପ୍ରଦୂଷଣ, ଏଟିଆର୍ ଦାଖଲ ପାଇଁ ପ୍ରଦୂଷଣ ବୋର୍ଡକୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ।
ବରଗଡ଼ରେ ଚାଷୀଙ୍କ ଗର୍ଜନରେ କମ୍ପିଲା ଜିଲ୍ଲାପାଳ ଅଫିସ୍। ଧାନଗଛ, ବାଇଗଣ ଧରି ଧସେଇ ପଶିଲେ ଚାଷୀ।
ସୁନ୍ଦରଗଡ ଜିଲ୍ଲା ଖଣିଜ ପାଣ୍ଠିରୁ ଅଢ଼େଇ କୋଟି ବ୍ୟୟ, କୋଇଡ଼ା ମିନି ଷ୍ଟାଡିୟମ୍ ଏବେ ଭୂତକୋଠି।
ଗଜପତି ଜିଲ୍ଲାରେ ବାତ୍ୟା ଓ ପବନର ପ୍ରଭାବରେ ଗଛ ଉପୁଡ଼ି ପଡ଼ି ଘର ଓ ରାସ୍ତା ଅବରୋଧ ହୋଇଛି।
ଯାଜପୁର ସରକାରୀ ପଲିଟେକ୍ନିକ୍ରେ ଗଣ୍ଡଗୋଳ କରି କାର୍ଯ୍ୟରତ ତିନି ଜଣ ଅଧ୍ୟାପକ, ଅଧ୍ୟାପିକା ନିଲମ୍ୱିତ।
କେନ୍ଦ୍ରାପଡା ଡେରାବିଶିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ୩ କୋଟି ହଡ଼ପ କଲେ କିରାଣୀ।
ସମ୍ବଲପୁର ସମଲେଇ ପ୍ରକଳ୍ପରେ ଓଡ଼ିଶା ବ୍ରିଜ୍ ଆଣ୍ଡ କନ୍ଷ୍ଟ୍ରକସନ୍ କର୍ପୋରେସନ୍ ସରକାରୀ ଟଙ୍କା ଆଣି ଚୋରାରେ ସରକାରୀ ସମ୍ପତ୍ତିର ବ୍ୟବହାର କରିଛି।
ବାଲେଶ୍ବର ନୀଳଗିରି ପେଟ୍ରୋଲ୍ ପମ୍ପରେ ବିସ୍ଫୋରଣ, ଢାଙ୍କୁଣି ଉଡ଼ି ମୁଣ୍ଡରେ ବାଜିଲା, ଜଣେ ମୃତ।
କେନ୍ଦୁଝର ଜିଲ୍ଲା ବାଂଶପାଳରେ ଲକ୍ଷ୍ମୀପୂଜା ବେଳେ ଜେନେରେଟର ଗ୍ୟାସ୍ରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକ ମୃତ, ୩ ଗୁରୁତର।
ସୀସାମୁକ୍ତ ଆଲୋକ ସୃଷ୍ଟିକାରୀ ପଦାର୍ଥ ବିକଶିତକଲେ ଏନ୍ଆଇଟି, ଆଇଆଇଟି ଓ ନାଇଜର ଗବେଷକ।
🇳🇪
ଦିଲ୍ଲୀ ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ଆପତ୍ତି ଉଠାଇଲେ ସୁପ୍ରିମ୍କୋର୍ଟ।
ୟୁପିରେ ଆଜମ ଖାନ୍ଙ୍କ ଜୌହର ବିଶ୍ୱବିଦ୍ୟାଳୟର ୧୧୭୦ କୋଟିର ସମ୍ପତ୍ତି ଜବତ।
କେରଳରେ ବିଚାରପତି ପୁଅଙ୍କ ମର୍ସିଡିଜ୍ ଦୁର୍ଘଟଣା ମାମଲା: କୋଚି ପୁଲିସ କମିସନରଙ୍କ ବଦଳି, ୪ ପୁଲିସ କର୍ମଚାରୀ ନିଲମ୍ବିତ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ କାଲି ଏନ୍ଭିଏସ୍-୦୩ ଉପଗ୍ରହ ଉତ୍କ୍ଷେପଣ କରିବ।
ମହିଳା କଏଦୀ ଓ ସେମାନଙ୍କ ସନ୍ତାନଙ୍କ ମାନବାଧିକାର ସୁରକ୍ଷା ନେଇ ଏନ୍ଏଚ୍ଆର୍ସିର ପରାମର୍ଶାବଳୀ ଜାରି।
ଇନ୍ଷ୍ଟାଗ୍ରାମ୍ରେ ସରକାରଙ୍କୁ ସମାଲୋଚନା କରୁଥିବା ପୋଷ୍ଟ ହଟାଯାଉଥିବାରୁ ଅଭିଜିତ ଦୀପ୍କେ ବିରୋଧ କରିଛନ୍ତି।
ବାଂଲାଦେଶ ନିର୍ବାଚନରେ ଆୱାମୀ ଲିଗ୍ ଉପରେ କଟକଣା ଲଗା ଯିବାକୁ ନେଇ ଜାତିସଂଘରେ ଶେଖ୍ ହସିନାଙ୍କ ଅଭିଯୋଗ।
ପ୍ୟାରିସ ଚୁକ୍ତି ପରେ ତାପମାତ୍ରା ବୃଦ୍ଧିଜନିତ ମୃତ୍ୟୁ ୩୬% ବଢ଼ିଛି, ଭାରତରେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଦ।
ସୋମାଲି ସେନା ଉପରେ ଆତଙ୍କବାଦୀ ଆକ୍ରମଣ, ୨୦ ସୈନିକଙ୍କ ମୃତ୍ୟୁ।
🏏⚽🚴🏾♂️
ଜିମ୍ବାୱେକୁ ତୃତୀୟ ତଥା ଶେଷ ଦିନିକିଆରେ ୮ ୱିକେଟ୍ରେ ହରାଇଛି ଭାରତ।
SGFI ଜାତୀୟ ରଗବି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ଓଡ଼ିଶା ବାଳିକା ଦଳ ଚମ୍ପିୟାନ।
ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଆଜି ଚୀନ୍କୁ ଭେଟିବ ଭାରତ।
ଓଡ଼ିଶା-ସର୍ଭିସେସ୍ ରଣଜୀ ମ୍ୟାଚ୍: ଦ୍ବିତୀୟ ଦିନର ଖେଳ ବାତ୍ୟା ପାଇଁ ବାତିଲ।
*ଗତବର୍ଷ ଏଇ ସମୟରେ*
‘ମୋନ୍ଥା’ ବାତ୍ୟା ଜନିତ ସମସ୍ତ କ୍ଷତିପୂରଣ ସରକାର ଦେବେ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ
ସରକାରୀ କର୍ମଚାରୀଙ୍କ ଉପସ୍ଥାନ ଆପ୍ ଜରିଆରେ ଆରମ୍ଭ ହୋଇଥିଲା।
ରାଜ୍ୟର ବସ୍ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ୩ ମାସରେ ଯାଞ୍ଚ ହେବବୋଲି ନିୟମ ହୋଇଥିଲା।
ଜଗତସିଂହପୁର ଜିଲ୍ଲାରେ ବ୍ରାଉନସୁଗାର ବେପାର କରି ବିଜେପି ନେତାଙ୍କ ପୁଅ ଧରା ହୋଇଥିଲା।
==================
ଆଜି ବିଶ୍ୱ ଘାତ (ଷ୍ଟ୍ରୋକ) ଦିବସ
ତୁର୍କୀ ସ୍ଥାପନ ଦିବସ
ଆଜି ଜନ୍ମଦିନ: ମାଥୟୁ ହେଡେନ, ବିଜେନ୍ଦ୍ର ସିଂ (ବକ୍ସିଙ୍ଗ), ଚନ୍ଦ୍ରାସ୍ୱାମୀ, ଜୟ ଆଲୁକ୍କାସ (ସୁନା ବ୍ୟବସାୟୀ), ସଂଗ୍ରାମୀ ଜୟୀ ରାଜଗୁରୁ
ଇତିହାସରେ ଆଜି: (୧୯୨୦) ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ସ୍ଥାପିତ/ (୧୯୨୩) ତୁର୍କୀ ରେ ଗଣତନ୍ତ୍ର ସ୍ଥାପନ/ (୧୯୪୫) ବିଶ୍ୱର ପ୍ରଥମ ବଲ ପଏଣ୍ଟ ପେନ ବଜାରକୁ ଆସିଲା/ (୧୯୯୯) ଓଡ଼ିଶାରେ ହେଲା ମହାବାତ୍ୟା/ (୨୦୦୫) ଦିଲ୍ଲୀରେ ସିରିଜ ବୋମା ବିସ୍ଫୋରଣ, ୬୨ ମୃତ/ (୨୦୦୮) ଆସାମରେ ବୋମା ବିସ୍ଫୋରଣ, ୬୯ ମୃତ
===================
