ପେଣ୍ଠକଟା ନୁଆସାହି ବୁଢୀମା ଠାକୁରାଣୀଙ୍କ ନଗର ପରିକ୍ରମା
ପୁରୀଜିଲ୍ଲା ପୁରୀ ସହର ଚକ୍ରତୀର୍ଥ ରୋଡ଼ ପେଣ୍ଠକଟା ନୁଆସାହି ବୁଢୀମା ଠାକୁରାଣୀଙ୍କ ଦଶହରା ଯାତ୍ରା ୧୧ଦିନ ଧରି ଚାଲିଥାଏ l ଗତକାଲି ମାଙ୍କର ନଗର ପରିକ୍ରମା ଶତାଧିକ ମହିଳା ଏବଂ ପୁରୁଷ ମାନଙ୍କ ଶୋଭାଯାତ୍ରା ରେ ହୋଇଥିଲା l ଏହି ଶୋଭାଯାତ୍ରାରେ କାଳେଶୀଙ୍କ ସହିତ କୁଆଁରୀ ଝିଅମାନେ ବାଜାର ତାଳେତାଳେ ନୃତ୍ୟ କରି ଚାଲିଥିଲେ l ସମସ୍ତ ସାହି ଗଳି କନ୍ଦି ଶୋଭାଯାତ୍ରା ରେ ମାଙ୍କୁ ବୁଲାଇ ଶେଷରେ ମନ୍ଦିର କୁ ମାଙ୍କୁ ବିଜେ କରାଇଥିଲେ l ବର୍ଷା ସତ୍ୱେ ମହାଡ଼ମ୍ବରରେ ଏହି ନଗର ପରିକ୍ରମା ସମ୍ପନ୍ନ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ମୁଖିଆ ଡି ଆଦି ନାରାୟଣଙ୍କ ଅଧକ୍ଷତାରେ ପୂର୍ବତନ କାଉଁସିଲର ବାବୁଲା ପ୍ରସାଦ, ସୀମାଦ୍ରୀ ବେହେରା, ଜି ବିଜୟ ରାଓ, ଦମଳ ନାରାୟଣ ବେହେରା, ଚକ୍ର ଚିତ୍ରସେନ, ବାସିପିଲି ଗୁରୁମୂର୍ତ୍ତି, ଅଙ୍କ ସନ୍ୟାସୀ, ଏସ ତ୍ରିନାଥ ବେହେରା, ଗଣାଗଲା ଶଙ୍କର, ଦୁବାଇ ନାରାୟଣ, କମ୍ବଳ ସାମ୍ବା, ଉପଦା ପ୍ରକାଶ, କରି ଭୀମା, ଏ ସୁରେଶ ରାଓ, ଅଙ୍କ ଶଙ୍କର, କୋଷାଧକ୍ଷ ଆପୁଲ କାଶୀ, ସହକୋଷାଧକ୍ଷ ବାଦି ସୁଧୀର, ଗୌଲ ଚନ୍ଦ୍ର, ଡି ସତ୍ୟନାରାୟଣ, ବାଦି ଅରିୟା, ପୁକଲ ମୁନା, କେ ଆୟା, badri ନାରାୟଣ ଏବଂ ଡି ଗଣେଶ ପଣ୍ଡା ପ୍ରମୁଖ ବୁଢୀମା ଦଶହରା ପୂଜାଯାତ୍ରା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
