କୋରାପୁଟ ରେ ବାତ୍ୟା ଅର୍ଣ୍ଣବ ର ପ୍ରଭାବ
ବାତ୍ୟା ଅନର୍ଭ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ସମସ୍ତ ପ୍ରସ୍ତୁତି କରିସାରିଥିବା ବେଳେ ବାତ୍ୟା ଅନର୍ବ ବି ପଡୋଶୀ ରାଜ୍ୟ ଆନ୍ଧ୍ର ରେ ତାର ବିକଟାଳ ରୂପ ଦେଖେଇ ସାରିବା ପରେ ଅନ୍ୟ ଦିଗକୁ ଗତି କରୁଛି ଏହି ବାତ୍ୟା ଅନର୍ବ ର ପ୍ରଭାବ ରେ କୋରାପୁଟ ଜିଲ୍ଲା ରେ ବର୍ଷା ଜୋର ରେ ଲାଗିରହିଛି ଏପରିକି ଜିଲ୍ଲା ର ପଟାଙ୍ଗୀ ବ୍ଲକ ରେ ସର୍ବାଧିକ 151ମିଲି ମିଟର ବର୍ଷା ସରକାରୀ ଭାବେ ରେକର୍ଡ ହୋଇସାରିଥିବା ବେଳେ ତଳିଆ ଅଞ୍ଚଳ ର ଜନସାଧାରଣ ଙ୍କୁ ରିଲିଫ କ୍ୟାମ୍ଫ ରେ ପ୍ରଶାସନ ତରଫରୁ ରଖାଯାଇଛି ଓ ଖାଦ୍ୟ ପେୟ ସମେତ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ଅନ୍ୟ ପଟେ ଦେଖିବାକୁ ଗଲେ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଧନ ଶିଂ ଦେଓ ଓ ରାଜ୍ୟ ସରକାର ଙ୍କ ତରଫରୁ ନୋଡାଲ ଅଫିସର ଭାବେ ଆଇଏ ସ ଡ଼ ପମାଟୁଡୁ କୋରାପୁଟ ଠାରେ ଉପସ୍ଥିତ ରହି ସ୍ଥିତି ର ସମୀକ୍ଷା କରିଛନ୍ତି ଏପରିକି ବିଳମ୍ବିତ ରାତି ଯାଏଁ ପ୍ରସlସନିକଅଧିକାରୀ ଙ୍କୁ ନେଇ ସମୀକ୍ଷା ବୌଠକ କରିଥିବା ବେଳେ ଆଜି ସକାଳୁ ସକାଳୁ ଜରୁରୀ କାଳୀନ ଅଫିସ ରେ ଉଭୟ ପହଂଚି ମନିଟରିଙ୍ଗ କରୁଛନ୍ତି l କୋରାପୁଟ ଜିଲ୍ଲା ପାଳ ଓ ବିଧାୟକ ବି ତାଙ୍କ ସାଥିରେ ରହିଛନ୍ତି l ସେହିପରି ଗମନl ଗମନ କ୍ଷେତ୍ର ରେ ଟ୍ରେନ ବସ ଯାତାୟାତ ପ୍ରଶାସନ ତରଫରୁ ବନ୍ଦ କରିରଖିଥିବା ବେଳେ ଶିକ୍ଷା ନୁଷ୍ଠାନ ଗୁଡିକ ବି ବନ୍ଦ ରଖା ଯାଇଛି l ତେଲେଙ୍ଗୀ ଓ କୋଲାବ ଡ୍ୟାମ ର ଜଳସ୍ତର ଉପରେ ପ୍ରଶାସନ ତୀକ୍ଷ୍ମଣ ଦୃଷ୍ଟି ରଖିଛି l ମୋଟାମୋଟି ଭାବରେ କହିବାକୁ ଗଲେ ବାତ୍ୟା ଅନର୍ବ ପାଇଁ ସରକାରୀ ସ୍ତର ରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି (ଗୁପ୍ତେଶ୍ୱର ରଥ କୋରାପୁଟ )
