ଶିଳ୍ପ ପ୍ରତିଷ୍ଠାନ ନିମନ୍ତେ ଇଡିକୋ କମ୍ପାନୀ ତରଫରୁ ଚାଲିଛି ଜମି ଅଧିଗ୍ରହଣ
ଖଇରା ( ଦେବାଶିଷ ଦାଶ )
ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନ କୁପାରି ରାଜସ୍ୱ କ୍ଷେତ୍ର ଅଞ୍ଚଳରେ ଇଣ୍ଡଷ୍ଟ୍ରିଆଲ ହବ୍ ନିର୍ମାଣ ନେଇ ଇଡିକୋ କମ୍ପାନୀ ତରଫରୁ ଜମି ଅଧିଗ୍ରହଣ ଚାଲିଛି । ଆବଶ୍ୟକ ମୁତାବକ ସରକାରୀ ଖାତାରୁ ଜମି ଅଧିଗ୍ରହଣ ଚାଲିଛି । ତା ମଧ୍ୟରେ ଥିବା ବ୍ଯକ୍ତିଗତ ଜମି ମାଲିକକୁ ଉଚିତ୍ ମୂଲ୍ୟ ଦେଇ ନିଜ ଅକ୍ତିଆରକୁ ନେଉଥିବା ଜଣାପଡିଛି । ଏପରି କି କୁପାରି କଲେଜକୁ ଅକ୍ତିଆରକୁ ନେଇଛି କାରଣ କଲେଜ ସରକାରୀ ଜାଗାରେ ନିର୍ମାଣ ହୋଇଛି । ଅଧିଗ୍ରହଣ ଜମିରେ ସିମେଣ୍ଟ ପାଚେରୀ ମଧ୍ୟ ନିର୍ମାଣ ଚାଲିଛି । ଏହି ହବ୍ ନିର୍ମାଣ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳର ବହୁ ଲୋକ ନିଯୁକ୍ତି ପାଇବେ ଏବଂ ସେମାନଙ୍କର ଜୀବନ ଜୀବିକାର ମାନ ବଦଳି ଯିବ, ସଂସାର ହସ ଖୁସିରେ ଚାଲିବ । ରାସ୍ତାଘାଟର ଉନ୍ନତି ହେବ । ଆଲୋକ ମାଳାରେ ଝଲସି ଉଠିବ ଅଞ୍ଚଳ । ଆଞ୍ଚଳିକ ରୁଗ୍ଣ ବ୍ଯବସାୟୀକ ପ୍ରତିଷ୍ଠାନ ଗୁଡିକ ସକ୍ରିୟ ହୋଇଉଠିବ । କାରବାର ମଧ୍ୟ ଭଲ ହେବ । ନୂତନ ବ୍ଯବସାୟୀକ ପ୍ରତିଷ୍ଠାନ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଦ୍ରବ୍ଯ ସୁଲଭ ମୂଲ୍ୟରେ ମିଳିପାରିବ । ଶିଳ୍ପ ସହିତ ବାଣିଜ୍ୟ ବେପାର କରି ଲୋକ ମାନଙ୍କ ଚଳଣିର ପରିବର୍ତ୍ତନ ହେବ । କୁପାରି ଅଞ୍ଚଳ ଜମି ପଥର ହେତୁ ପ୍ରାୟ ଭଲ ଧାନ ଅମଳ ହୁଏନି । ତେଣୁ ଏପରି ଅଞ୍ଚଳକୁ ଶିଳ୍ପର ବିକାଶ ନିମନ୍ତେ ସରକାର ନିର୍ଦ୍ଧାରଣ କରିଥିବାରୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ । ସରକାରଙ୍କର ଏଭଳି ପଦକ୍ଷେପ ବାସ୍ତବରେ ସ୍ବାଗତ ଯୋଗ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ ବିଭିନ୍ନ କାରଣରୁ ବନ୍ଦ ହେଉଥିବା ବେଳେ କୁପାରିରେ ନିର୍ମିତ ହେବାକୁ ଯାଉଥିବା ଶିଳ୍ପ ପ୍ରତିଷ୍ଠାନର ସ୍ଥାୟିତ୍ତ୍ବ କେତେ ଦିନ ତାହା ସର୍ବସାଧାରଣରେ ଉଠିଛି ପ୍ରଶ୍ନ । ହେଉ କିଛି ମନା ନାହିଁ କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ଜମି ପ୍ଲଟ ପ୍ଲଟ ହୋଇ ବିକ୍ରୀ ନହେଉ । କୁପାରି କଲେଜ ପାଖରୁ ଆରମ୍ଭ କରି ବିରାଟ ଏରିଆ କଭର କରୁଛି ଇଡିକୋ କମ୍ପାନୀ । ଅଞ୍ଚଳର ପାଇଁ ସରକାରଙ୍କ ଚିନ୍ତାଧାରା ଯଦିଓ ମନ୍ଦ ନୁହେଁ ଲୋକଙ୍କ ସେଵାରେ ଆସିବା ଦରକାର । ହବ୍ ନିର୍ମାଣ ପାଇଁ ଜନସାଧାରଣ ସମର୍ଥନ ଦେଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଶିଳ୍ପ ପ୍ରତିଷ୍ଠାନ ବିରୋଧରେ ଜନ ଆନ୍ଦୋଳନ ଯେପରି ସୃଷ୍ଟି ନ ହୁଏ ସେଥିପ୍ରତି ଇଡିକୋ କମ୍ପାନୀ କିମ୍ବା ସରକାର ସଚେତନ ଜରୁରୀ ବୋଲି ଜନସାଧାରଣଙ୍କ ଠାରୁ ରିପୋର୍ଟ ସଂଗ୍ରହରୁ ଜଣାପଡିଛି । ଅଞ୍ଚଳର ବିକାଶ ଲୋକଙ୍କ ବିକାଶ ।।
