ସତର୍କ ସଂକେତ ଉପରେ ଜଳକା ଜଳସ୍ତର ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ
ବାଲେଶ୍ବର ( ଦେବାଶିଷ ଦାଶ )
ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର ମଥାନୀ ଠାରେ ଜଳକାର ସତର୍କ ସୂଚନା ୬.୦୦ ମିଟର ଥିଲାବେଳେ ବିପଦ ସଂକେତ ୬.୫୦ ମିଟର ରହିଛି । ଆଜି ସକାଳ ସୁଦ୍ଧା ୬.୩୮ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି ।ଗତ ଦୁଇ ଦିନ ଧରି ଉପର ମୁଣ୍ଡରେ ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିବା ଯୋଗୁଁ ମୟୁରଭଞ୍ଜ ଜିଲାର ଶୁଳିଆପଦା, ମୁରୁଡା, ଚିତ୍ରଡା, ରାସଗୋବିନ୍ଦପୁର, ଚିତ୍ରଡା ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ତଳିଆ ଅଞ୍ଚଳର ଲୋକମାନେ ଦୁର୍ବଳ ନଦୀ ବନ୍ଧ ପାଇଁ ଭୟଭୀତ ଅଛନ୍ତି । ଧାନ ତଳି ଜଳମଗ୍ନ ହୋଇଥିବାରୁ ତଳି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି
