ଇତିହାସ ରଚିଲା ପାରାଦୀପ ବନ୍ଦର
ଇତିହାସ ରଚିଲା ପାରାଦୀପ ବନ୍ଦର । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଆଜି ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ପଶ୍ଚିମ ଡକ-୧ ବର୍ଥରେ ଏହାର ପ୍ରଥମ ୧୬.୫-ମିଟର ଡ୍ରାଫ୍ଟ ସହିତ କେପ ସାଇଜ ଜାହାଜ ଏମଭି ମିନେରାଲ କ୍ୱାଙ୍ଗୟାଙ୍ଗକୁ ସଫଳତାର ସହ ବର୍ଥ କରି ଆଉ ଏକ ଇତିହାସ ବହନ କରିଛନ୍ତି | ଡିପ୍-ଡ୍ରାଫ୍ଟ ଏବଂ ବଡ଼ କ୍ଷମତା ବିଶିଷ୍ଟ ବଲ୍କ କ୍ୟାରିଅରଗୁଡ଼ିକୁ ପରିଚାଳନା କରିବା ପାଇଁ କ୍ଷମତା ବୃଦ୍ଧି କରିବାରେ ଆଉ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ନିଜର ପରାକାଷ୍ଠା ଦେଖାଇଛି ପାରାଦୀପ ବନ୍ଦର । ଏମଭି ମିନେରାଲ କ୍ୱାଙ୍ଗୟାଙ୍ଗ ହେଉଛି ଏକ କେପ ସାଇଜ ଜାହାଜ ଯାହାର ଲମ୍ବ ୨୯୨ ମିଟର ଏବଂ ଚଉଡ଼ା ୪୫ ମିଟର ଓ ଗଭୀରତା ୧୬.୫୦ ମିଟର । ଜାହାଜଟି ସେପ୍ଟେମ୍ବର ୫ ତାରିଖରେ ପାରାଦୀପରେ ପହଞ୍ଚିଥିଲା ଏବଂ ସେପ୍ଟେମ୍ବର ୬ ତାରିଖରେ ସକାଳ ୦୬:୦୦ଟାରେ ପଶ୍ଚିମ ଡକ୍-୧ ବର୍ଥରେ ସଫଳତାର ସହ ବର୍ଥ କରାଯାଇଥିଲା । ଏହି ଜାହାଜଟି ନଅଟି ହୋଲ୍ଡରେ ୧୫୨,୭୦୨ ମେଟ୍ରିକ ଟନ କୋକିଂ କୋଇଲା ବହନ କରୁଛି, ଏବଂ କାର୍ଗୋଟି ଅଷ୍ଟ୍ରେଲିଆର ହେ ପଏଣ୍ଟରୁ ଆସିଥିବା ଜଣାପଡିଛି । ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ , ଟ୍ରାଫିକ୍ ମ୍ୟାନେଜର ଶ୍ରୀ ରାଜେନ୍ଦ୍ର କୁମାର ଏବଂ ଜିନ୍ଦଲ ପାରାଦୀପ ପୋର୍ଟ ଲିମିଟେଡର ଡେପୁଟି ସିଇଓ ଶ୍ରୀ ସନ୍ଦୀପ ଜୟସୱାଲ ବନ୍ଦର କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଏହି କେଫ ସାଇଜ ଜାହାଜ ସହଜରେ ଆଜି ବର୍ଥିଂ କରିଥିବା ବେଳେ ଏହା ଜାହାଜ ପରିଚାଳନାରେ କମ ସମୟ ନେଉଥିବା ଓ କମ ସମୟରେ ଅଧିକ ପଣ୍ୟ କାରବାର କ୍ଷମତାକୁ ହାସଲ କରିବାକୁ ଯାଉଥିବା କୁହାଯାଉଛି |। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
