୨୧ରେ ଫେରୁଛନ୍ତି ପ୍ରଶନ୍ନ:ରେଢାଖୋଲ ବିଜେଡିରେ ଉଲ୍ଲାସ

cmp
Share

ସମ୍ବଲପୁର,(ରେଢାଖୋଲ):ରେଢାଖୋଲ ଦୂର୍ଘଟଣା ଆହତ ଚିକିତ୍ସାରେ ଥିବା ପ୍ରଶନ୍ନ ଆଚାର୍ଯ୍ୟ ସୁସ୍ଥ ହୋଇ କିଛି ଦିନ ଭୁବନେଶ୍ବର ବାସ ଭବନରେ ରହିବା ପରେ ଆସନ୍ତା ୨୧ ତାରିଖରେ ସେ ରେଢାଖୋଲ ଫେରୁଛନ୍ତି।ଏଥିପାଇଁ ରେଢାଖୋଲ ନିର୍ବାଚନ ମଣ୍ଡଲୀ ବିଜେଡି ମହଳରେ ଆନନ୍ଦ ଉତ୍ସାହ ଦେଖା ଦେଇଛି।ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଘୋଷଣା କରିବା ପରେ ପ୍ରଥମ ଥର ପାଇଁ ସେ ସିଧା ଭୁବନେଶ୍ବରୁ ଆସି ରେଢାଖୋଲ ଓ ଯୁଯୋମୁରାର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି ତାଙ୍କ ନିକତମ ସୂତ୍ରରୁ ଜଣାପଡିଛି।
ମିଳିଥିବା ସୂଚନା ମତେ ପ୍ରଶନ୍ନ ସକାଳ ସାଢ଼େ ୧୦ ଟାରେ ରେଢାଖୋଲ ଭୀମ ଭୋଇ ଛକରେ ପହଞ୍ଚି ସେଠାରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ପଞ୍ଚଖଣ୍ଡା,ଜଗନ୍ନାଥ,ମାଁ ଦୂର୍ଗା ଓ ମାଁ ବିନ୍ଧ୍ୟବାସିନୀ ମନ୍ଦିର ଯାଇ ପୂଜାର୍ଚନା କରିବେ।ଏହାପରେ ରେଢାଖୋଲ ବିଜେଡି କାର୍ଯାଳୟରେ କର୍ମୀ ବୈଠକରେ ଯୋଗଦେଇ ଚାରମାଲ ସ୍ଥିତ ଖୁବେଲ ମନ୍ଦିର ଦର୍ଶନ କରିବେ।ସେଠାରୁ ସନ୍ଦ୍ୟା ୪ ଟାରେ ବାହାରି ଯୁଯୋମୁରା ଠାରେ ସନ୍ଦ୍ୟା ୫ ଟାରେ ଓ ସାଢ଼େ ୫ଟାରେ ହାତିବାରୀ ବିଜେଡି କର୍ମୀଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ଯୋଗଦେବେ। ସେଠାରୁ ସିଧାସଲଖ ମାଁ ସମଲେଶ୍ବରୀକୁ ଯାଇ ମାଁଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଅର୍ଥାତ ଏପ୍ରିଲ ୨୧ରୁ ପ୍ରଶନ୍ନ ନିର୍ବାଚନ ବିଗୁଲ ବଜାଇ ସମଗ୍ର ରେଢାଖୋଲକୁ ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ କରିବାକୁ ଦଳ ବଳ ସହ ଅଣ୍ଟା ଭିଡିଛନ୍ତି।
ପ୍ରଶନ୍ନ ରେଢାଖୋଲରୁ ପୁଣିଥରେ ପ୍ରାର୍ଥୀ ହେଉଥିବାରୁ ବିଜେଡି ମହଳରେ ଖୁବ୍ ଉତ୍ସାହ ପ୍ରକାଶ ପାଇଛି।

You may have missed