ଅସ୍ତରଙ୍ଗରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ
ଅସ୍ତରଙ୍ଗ(ଦୁଃଶାସନ ନାୟକ)ଅସ୍ତରଙ୍ଗ ବ୍ଲକ ପଡିଆରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।ସୌଜନ୍ୟ ଅସ୍ତରଙ୍ଗ ପଞ୍ଚାୟତ ସମିତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଯୋଗ ମହୋତ୍ସବ ସମିତି-ଅସ୍ତରଙ୍ଗ ଶାଖା,ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱ ବିଦ୍ୟାଳୟ ଆଦି ବିଭିନ୍ନ ଅନୁଷ୍ଠାନ ର ମିଳିତ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ, ମହିଳା, ଛାତ୍ରଛାତ୍ରୀ, ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ଭାଇଭଉଣୀ,ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଯୋଗ ଦିବସ ଉପରେ ଅନୁଷ୍ଠିତ ଆଲୋଚନା ସଭାରେ ଅତିଥି ଭାବେ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ପୁରୀ ବିଭାଗ ବୌଦ୍ଧିକ ପ୍ରମୁଖ ସୁଶାନ୍ତ କୁମାର ପରିଡା,ବୈଜ୍ଞାନିକ ଶଙ୍କର ପ୍ରସାଦ ଜେନା, ବ୍ରହ୍ମାକୁମାରୀ ରାଜଯୋଗିନୀ ପ୍ରଭାତୀ ଭଉଣୀ ଓ ବିଭିନ୍ନ ଅନୁଷ୍ଠାନ ର କର୍ମ କର୍ତ୍ତା ଯୋଗ ଦାନ କରି ଯୋଗାର ଗୁରୁତ୍ୱ ସମ୍ପର୍କ ରେ ଆଲୋଚନା କରିଥିଲେ। ଆଲୋଚନା ପର୍ଯ୍ୟାୟରେ ଯୋଗର ଗୁରୁତ୍ୱ,ନିୟମିତ ଯୋଗାଭ୍ୟାସର ଉପକାରିତା ଓ ବ୍ୟସ୍ତବହୁଳ ଜୀବନରେ ଏହାର ଆବଶ୍ୟକତା ରହିବା ନେଇ ଆଲୋକପାତ କରିଥିଲେ।ଯୋଗଗୁରୁ ଭାବେ ପ୍ରଶାନ୍ତ କୁମାର ନାୟକ,ଉଲ୍ଲାସ ଚନ୍ଦ୍ର ବେହେରା ଓ ଜୟୀରାମ ମୁଦୁଲିଙ୍କ ନେତୃତ୍ୱରେ ଯୋଗ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରକାର ଯୋଗାଭ୍ୟାସ ମଧ୍ୟରେ ଅଙ୍ଗ ସଞ୍ଚାଳନ,ବୃକ୍ଷାସନ, ତ୍ରିକୋଣାସନ,ବଜ୍ରାସନ,ପଦ୍ମାସନ, କପାଳଭାତି,ଅନୁଲୋମ-ବିଲୋମ, ଭ୍ରାମରୀ ଭଳି ବିଭିନ୍ନ ପ୍ରାଣାୟାମ କିଭଳି କରିପାରିବେ ସେ ସମ୍ପର୍କରେ ଯୋଗ ଶିକ୍ଷା ଦେଇଥିଲେ।ଯାହାକୁ ଦେଖି ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ଯୋଗ ଯୋଗ ଅଭ୍ୟାସ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ପକ୍ଷରୁ ଶଶାଙ୍କ ଶେଖର ସେଠୀ, ଲକ୍ଷ୍ମୀପ୍ରିୟା ନାୟକ ଓ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଯୋଗ ଶିବିର କାର୍ଯ୍ୟକ୍ରମକୁ ସମାଜସେବୀ ଦୁଷ୍ମନ୍ତ ପରିଡ଼ା ପରିଚାଳନା କରିଥିଲେ।
