ବୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୁଗୁଡ଼ା : ତା ୨୧/୦୬/୨୬ : ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପିପୁଲ୍ସ କଲେଜରେ ଅଧ୍ଯକ୍ଷ ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଆୟୋଜିତ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ. ଶୁଭ୍ରାଂଶୁ ସେଠୀ , ସମ୍ମାନିତ ଅତିଥି ଭାବେ ଉପାଧ୍ଯକ୍ଷ ହରିକୃଷ୍ଣ ନାୟକ, ଅଧ୍ୟାପକ ଅକ୍ଷୟ କୁମାର ସାହୁ ଓ ଦିଲ୍ଲୀପ କୁମାର ସେଠୀ ଯୋଗଦେଇ ଯୋଗର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏ ଅବସରରେ ବୁଗୁଡା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ଯୋଗାସନ କରାଯାଇ ଏଥିରେ ଶ୍ରେଷ୍ଠତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ ।
ଅନ୍ୟପକ୍ଷରେ ବୁଗୁଡା ପଞ୍ଚାୟତ ସମିତି ଓ ଏନ୍ଏସି ପ୍ରଶାସନ ପକ୍ଷରୁ ବିଡିଓ ଦୁତିକୃଷ୍ଣ ପାତ୍ର ଓ କାର୍ଯ୍ଯନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ପାଳିତ ଦ୍ବାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାମୁହିକ ଯୋଗାଭ୍ଯାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେହିପରି ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ତତ୍ତ୍ବାବଧାନରେ ଏବଂ କ୍ରୀଡ଼ା ଶିକ୍ଷକ ବିଶ୍ବେଶ୍ବର ଗିରିଙ୍କ ତତ୍ତ୍ବାବଧାନରେ ପିପୁଲ୍ସ ହାଇସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗାସନ ପ୍ରଦର୍ଶିତ ହୋଇଥିଲା ।
