June 21, 2026

ଘରୋଇ ବସ୍ ମାଲିକ ସଂଘର ବୈଠକ, ଜୋନ୍-୪ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା 

IMG-20260621-WA0114
Share

 

ବୁଗୁଡା : ୨୧/୦୬/୨୬ : ସ୍ଥାନୀୟ ଶ୍ରୀ ଜଗନ୍ନାଥ ସ୍ବାମୀ ଘରୋଇ ବସ୍ ମାଲିକ ସଂଘ ଆବାହକତ୍ବରେ ଅନ୍ଯ କେତେକ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ବୁଗୁଡ଼ାର ମାଳିଝୋଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁର ଘରୋଇ ବସ୍ ମାଲିକ ସଂଘ ସଂଘ ସଭାପତି ସନ୍ତୋଷ କୁମାର ପତିଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଏହି ବୈଠକରେ ବସ୍ ଚଳାଚଳ କାଳରେ ବିଭିନ୍ନ କ୍ଷେତ୍ରରେ ଉତ୍ପନ୍ନ ସମସ୍ଯାମାନର ସମାଧାନ ଦିଗରେ ମାଲିକମାନଙ୍କ ସକାରାତ୍ମକ ଭାବନାପୂର୍ଣ୍ଣ ଭୂମିକା ସମ୍ପର୍କେ ଆଲୋଚନା ସାଙ୍ଗକୁ ସାଂଗଠନିକ ଆଲୋଚନା ମଧ୍ୟ କରାଯାଇଥିଲା। ଏ ଅବସରରେ ରାଜ୍ୟ ସ୍ତରୀୟ ଜୋନ୍-ସମ୍ପାଦକ ବିପ୍ର ଚରଣ ବାରିକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ଭୁବନେଶ୍ବର, ବ୍ରହ୍ମପୁର, ଆସିକା, ଭଞ୍ଜନଗର, ପୋଲସରା, କୋଦଳା, ପୁରୁଷୋତ୍ତମପୁର ଓ ବୁଗୁଡା ଆଦିରେ ଥିବା ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତାଗଣ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ ସ୍ବ ସ୍ବ ମତବ୍ଯକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବୁଗୁଡା ଘରୋଇ ବସ ମାଲିକ ସଂଘ ସଭାପତି ଭି.ରାଜେନ୍ଦ୍ର ରାଓ ଦୋରା ଓ କୋଷାଧକ୍ଷ ସୁଦର୍ଶନ ନାୟକ ପରିଚାଳନା କରିଥିବା ବେଳେ ପରିଶେଷରେ ସମ୍ପାଦକ ଚିତ୍ରସେନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।