ନବରଙ୍ଗପୁର ଜିଲ୍ଲା ବନବିଭାଗକୁ ମିଳିଛି ବଡ଼ ସଫଳତା……..

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ପ୍ରାୟ ୧୦ ଲକ୍ଷ ଟଙ୍କାରେ ବିକ୍ରି ହେବାକୁ ଯାଉଥିବା ଏକ ମହାବଳ ବାଘ ଛାଳକୁ ଜବତ କରିଛି ବନବିଭାଗ। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଧରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି।
ନବରଙ୍ଗପୁର ଜଟାବାଲ ନିକଟସ୍ଥ ପାତ୍ରୀ ଜଙ୍ଗଲ ଅଞ୍ଚଳରେ ମହାବଳ ବାଘ ଛାଳର ବେଆଇନ କାରବାର ଚାଲିଥିବା ଖବର ପାଇ ବନବିଭାଗ ଚଢ଼ାଉ କରିଥିଲା। ପ୍ରାୟ ୧୦ ଲକ୍ଷ ଟଙ୍କାରେ ଏହି ଛାଳର ଡିଲ୍ ଚାଲିଥିବା ସମୟରେ ବନବିଭାଗ ଟିମ୍ ମାଡ଼ି ବସି ଛାଳକୁ ଜବତ କରିଥିଲା।
ଚଢ଼ାଉ ସମୟରେ ଜଣେ ବେପାରୀଙ୍କୁ କାବୁ କରିବାରେ ବନବିଭାଗ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଧରାପଡ଼ିଥିବା ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପାତ୍ରୀ ପଞ୍ଚାୟତର ଖଲିଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଏହି ବାଘ ଛାଳ ଝାରସୁଗୁଡ଼ା ଜିଲ୍ଲାରୁ ଆଣି ଏଠାରେ ବିକ୍ରି କରାଯାଉଥିବା ସନ୍ଦେହ କରାଯାଉଛି। ବନବିଭାଗ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି।
