ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ଖୋର୍ଦ୍ଧା: ଆଜି ଆନ୍ତର୍ଜାତିକ ଯୋଗ ଦିବସ। ୨୦୧୪ମସିହାରେ ଆଜିର ଦିନରେ ଭାରତ ତରଫରୁ ଆଗତ ଏହି ଯୋଗ ଦିବସ ପାଳନ କୁ ସାରାବିଶ୍ୱରେ ୨୦୦ରୁ ଉର୍ଦ୍ଧ୍ୱ ଦେଶ ସମର୍ଥନ କରିଥିଲେ। ୨୦୧୫ମସିହା ଠାରୁ ସେଇ ଦିନ ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଉଛି। ଆଜି ସାରା ଦେଶରେ ଦ୍ୱାଦଶ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଉଛି। ଏହି ଅବସର ରେ ଖୋର୍ଦ୍ଧା ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପରିସର ରେ ପାତଞ୍ଜଳି ଯୋଗ ସମିତି ଆନୁକୁଲ୍ୟରେ ଯୋଗ ଦିବସ ପାଳନ ହୋଇଯାଇଛି। ସମିତି ଆବାହକ ସୀତାକାନ୍ତ ପଣ୍ଡା, ଯୋଗ ଗୁରୁ ଗୌରାଙ୍ଗ ମଣ୍ଡଳ, ହୁସେନ ମିଶ୍ର ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ, ପ୍ରାଣାୟାମ ଶିକ୍ଷା ପ୍ରଦାନ କରିଥିଲେ। ଯୋଗାସାନ ଦ୍ୱାରା ଛାତ୍ର ସମାଜ ଏକ ଶୃଙ୍ଖଳିତ, ସୁନ୍ଦର ନିରୋଗ ଜୀବନ ଲାଭ କରିବା ସହ ଲକ୍ଷ ହାସଲ କରି ପାରିବେ ବୋଲି ମତ ଦେଇଥିଲେ। ସୂର୍ଯ୍ୟ ନମସ୍କାର, ଭ୍ରାମରି, ଅନୁଲୋମ ବିଲମ୍, ସହିତ ବିଭିନ୍ନ ମୁଦ୍ରା ରେ ପିଲାଠାରୁ ବଡ ସମସ୍ତେ ଯୋଗାଭ୍ୟାସ କରିଥିଲେ। ପ୍ରତିଦିନ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ସମସ୍ତେ ୧୫ମିନିଟ୍ ରୁ ଅଧିକ ସମୟ ଯୋଗାଭ୍ୟାସ କରିବା ଉଚିତ୍ ବୋଲି ଯୋଗ ଗୁରୁ ପରାମର୍ଶ ଦେଇଥିଲେ। ଏହି ଯୋଗ ଶିବିର ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ମାନେ ଯୋଗ ଦେଇଥିଲେ। ଅନୁଷ୍ଠାନ ର ଚେୟାରମ୍ୟାନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଙ୍କ ଆବାହକ ରେ ଆୟୋଜିତ ଏହି ଯୋଗ ଦିବସ ରେ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ , ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପରିଚାଳନା କରିଥିଲେ।
( ପ୍ରିୟଙ୍କା ମହାପାତ୍ର)
