May 14, 2026

ବ୍ରହ୍ମଗିରି ର ପୂର୍ବତନ ବିଧାୟକ ସ୍ବର୍ଗତ ଗୋପବନ୍ଧୁ ପାତ୍ରଙ୍କ ୯୭ତମ ଜନ୍ମଜୟନ୍ତୀ ଅନୁଷ୍ଠିତ l

IMG-20250418-WA0010
Share

 

ଗତକାଲି ସନ୍ଧ୍ୟାରେ ଗୋପବନ୍ଧୁ ସ୍ମୁତି କମିଟି ଆନୁକୂଲ୍ୟରେ ବ୍ରହ୍ମଗିରି ପଞ୍ଚାୟତ ସମିତି ସଭାଗୃହରେ ବ୍ରହ୍ମଗିରି ପୂର୍ବତନ ବିଧାୟକ ସ୍ବର୍ଗତ ଗୋପବନ୍ଧୁ ପାତ୍ରଙ୍କ ୯୭ତମ ଜନ୍ମଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ବିହାରୀବନ୍ଧୁ ପଲାଇଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ରତ୍ନବାଳା ବେହେରା, ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷା ମାଳିନୀ ଦଳାଇ,ମୁଖ୍ୟବକ୍ତା ଭାବେ ଆଡଭୋକେଟ ରମାଶଙ୍କର ପାତ୍ର ଏବଂ ବରିଷ୍ଠ ବ୍ୟକ୍ତିତ୍ୱମାନେ ପ୍ରଥମେ ବ୍ରହ୍ମଗିରି ବ୍ଲକ ପରିସରରେ ଥିବା ଗୋପବନ୍ଧୁ ପାତ୍ରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଦୀପଦାନ କରିଥିଲେ l ପରେପରେ ସଭାଗୃହ ରେ ଅତିଥିମାନେ ନିଜନିଜ ଅଭିଭାଷଣ ରେ କହିଥିଲେ ଗୋପବନ୍ଧୁ ପାତ୍ରଙ୍କ ରାଜନୈତିକ ଜୀବନ ନିର୍ମଳ, ଦୁର୍ନୀତି ମୁକ୍ତ ଓ ମୂଲ୍ୟବୋଧ ଭିତ୍ତିକ ସତ୍ୟନିଷ୍ଠ ଥିଲେ l ସେ ଏକାଧାରାରେ ଥିଲେ ଜଣେ ଶିକ୍ଷାବିତ ରାଜନୀତିଜ୍ଞ, ଜ୍ୟୋତିଷଚାର୍ଯ୍ୟ, ଗଣିତ ଶାସ୍ତ୍ରୀ ଓ ପରୋପକାରୀ ଥିଲେ ବୋଲି ବିବେଚନା କରିଥିଲେ l ଏହି ଉର୍ତ୍ସବ ରେ ସମ୍ପାଦକ ଚିତ୍ତରଞ୍ଜନ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଓ ସଦସ୍ୟା ମିଶି ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ