May 14, 2026

ଚିଲିକା କୂଳରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରାଯାଇଛି l

IMG-20250418-WA0007
Share

ଗତକାଲି ସନ୍ଧ୍ୟାରେ ପୁରୀଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ ବିଜୁ ଜନତା ଦଳ ପକ୍ଷରୁ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଯୋଜନା ବୋର୍ଡ ଅଧକ୍ଷ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ବ୍ରହ୍ମଗିରି ବ୍ଲକ ଏବଂ କୃଷ୍ଣପ୍ରସାଦ ବ୍ଲକର ଅଧକ୍ଷା, ଉପାଧ୍ୟକ୍ଷା,ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ ସଭ୍ୟାମାନେ ଯୋଗଦାନ କରି ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ପରେ ପରେ ବର୍ତମାନ ବିଜେପି ମୋହନ ମାଝୀ ସରକାର ବିଜୁବାବୁଙ୍କ ଜନ୍ମଦିବସ ପଞ୍ଚାୟତରାଜ ଦିବସକୁ ବାତିଲ କରିବା, ବିଜୁ ପଟ୍ଟନାୟକ ମୂର୍ତ୍ତିରେ ନିଆଁ ଲଗାଇବା, ବିଜୁବାବୁଙ୍କ ପ୍ରତିମୂର୍ତ୍ତି ର ମୁଣ୍ଡକାଟ କରିବା ଭଳି ଘୃଣ୍ୟ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହିତ ଓଡିଶାର ବରପୁତ୍ର ଇଣ୍ଡୋନେସିଆ ର ଭୂମିପୁତ୍ର ଅମରରହେ ଧ୍ୱନି ରେ ସାତପଡ଼ା ଚିଲିକା କୂଳ ପ୍ରକମ୍ପିତ ହୋଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ