April 26, 2026

ଛତ୍ରପୁର ରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଧୂମଧାମ ରେ ପାଳିତ

IMG-20241017-WA0022
Share

 

ଛତ୍ରପୁର-୧୭/୧୦/୨୪(ଅରୁଣ କୁମାର ପଣ୍ଡା )ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା l ଧରାବତରଣ କରିଛନ୍ତି ମା ଗଜ ଲକ୍ଷ୍ମୀ l ମା ଗଜଲକ୍ଷ୍ମୀ ଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ l ଆଉ ସେଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର l ଛତ୍ରପୁର ସହର ଲୋଏର ବସଷ୍ଟାଣ୍ଡ ରେ ଥିବା ଲକ୍ଷ୍ମୀ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ବେଶ ଧୁମ ଧାମ ରେ ପାଳନ କରାଯାଇଛି l ସୁନ୍ଦର ତୋରଣ ସହିତ ଆଲୋକ ମାଳା ରେ ପୂଜା ମଣ୍ଡପ ଗୁଡିକୁ ସୁସଜ୍ଜିତ କରାଯାଇଛି l ଦୀର୍ଘ ୨ ୪ ବର୍ଷ ଧରି ଏଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଧୁମ ଧାମ ରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମାଙ୍କ ପୂଜା କମିଟି ପକ୍ଷରୁ ମହାଆଡ଼ମ୍ବରେ କରାଯାଇଛି l ମାଙ୍କ ଏହି ପୂଜା ଆଜି ଠୁ ୭ ଦିନ ଧରି ଚାଲିବାକୁ ଥିବା ବେଳେ ଅକ୍ଟୋବର ୨୨ ତାରିଖରେ ଏହି ପୂଜା ଉଦଯାପିତ ହେବ l ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼.ସରୋଜ କୁମାର ଶତପଥିଙ୍କ ପୌରହିତ୍ୟ ରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୋଇଥିଲା l ପଣ୍ଡିତ ନୃସିଂହ ପଣ୍ଡା ଓ ରାହୁଲ କୁମାର ଦାଶ କାର୍ଯ୍ୟ ତୁଲାଇଥିଲେ l ମାଙ୍କ ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ଏବଂ ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ପୂଜା ମଣ୍ଡପରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି, ବୁଧବାର ତଥା ପ୍ରଥମ ଦିନରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ମଣ୍ଡପକୁ ଆସି ମା ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ବସନ୍ତ କୁମାର ମହାରଣା, ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଏସ. ପ୍ରବୀଣ କୁମାର, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢ଼ୀ, ଅଖିଳ ପାଣିଗ୍ରାହୀ, ରବିନାରାୟଣ ବେହେରା, ଭି. ରମେଶ,ପ୍ରଶାନ୍ତ କୁମାର ମହାରଣା,ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, କେ ଶ୍ରୀନିବାସ ଦୋରା, ଗୌରହରି ସାମଲ, ଗୌରୀଶଙ୍କର ରଥ,ସନ୍ତୋଷ ସାହୁ ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l