April 27, 2026

ମାଁ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବନ୍ଧୁମିଳନ କାର୍ଯ୍ୟକ୍ରମ

IMG-20241017-WA0025
Share

 

ଛତ୍ରପୁର -୧୭/୧୦/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ପାହାଡ଼ ଶିଖର ସ୍ଥିତ ମାଁ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୦୧୫ ବର୍ଷ ଉତ୍ତୀର୍ଣ୍ଣ ପୂର୍ବତନ ଛାତ୍ରଛାତ୍ରୀ ପ୍ରଥମଥର ପାଇଁ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ସମସ୍ତ ସଦସ୍ୟ ଉଚ୍ଚଶିକ୍ଷା ତଥା ବିଭିନ୍ନ କର୍ମକ୍ଷେତ୍ରରେ ଲିପ୍ତ ଥିବା ସତ୍ତ୍ବେ ବନ୍ଧୁତା ଭାବକୁ ଦୃଷ୍ଟିରେ ରଖି ପରସ୍ପର ସହ ମିଳନ ପାଇଁ ଏକ କ୍ଷୁଦ୍ର ପ୍ରୟାସ କରିଥିବା ଦେଖିବାକୁ ମିଳିଛି। ଉତ୍ତମ ସମ୍ପର୍କ ଓ ପରସ୍ପର ଭାଇଚାରା ଭାବନାରେ ଅନୁବନ୍ଧିତ ହୋଇ ନିଜସ୍ବ ଉନ୍ନତି ସହ ସମାଜର ମଙ୍ଗଳକାମନା ଦିଗରେ ଦେବୀ ମାଁ ଙ୍କ ନିକଟରେ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ। ଏହିଭଳି ବନ୍ଧୁତା ଉତ୍ସବ ଓ ଯୋଜନାଭିତ୍ତିକ ଜନହିତ କାର୍ଯ୍ୟକ୍ରମ ପ୍ରତିବର୍ଷ ପ୍ରୟାସ କରିବା ନିମନ୍ତେ ଓ ସମସ୍ତ ସଦସ୍ୟ କିପରି ଭାବେ ଭବିଷ୍ୟତରେ ଯୋଗଦେଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ତତ୍ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମାଁ ଙ୍କ ମନ୍ଦିରର ତୁରନ୍ତ ଉନ୍ନତିକରଣ, ଭକ୍ତଙ୍କ ନିମନ୍ତେ ନୂତନ ବ୍ୟବସ୍ଥା ଓ ସୁନ୍ଦର ପରିଚାଳନା ସ୍ଥିତି ଉପଭୋଗ କରି ମନ୍ଦିର କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଛତ୍ରପୁରର ଅଶ୍ଵିନୀ ସାହୁ, ଶୁଭାଙ୍ଗୀ ଶ୍ଵେତାଲିନା, ରାକେଶ ବିଷୋୟୀ, ବିଭାସ ସୁବୁଦ୍ଧି, ସୈ।ରଭ ପଟ୍ଟନାୟକ, ଗାୟତ୍ରୀ ନାହାକ ଓ ଶିବ ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର‌ ଅସ୍ଥାୟୀ କାର୍ଯ୍ୟକାରୀ କମିଟି ସଦସ୍ୟ ବିନ୍ଧେଶ୍ଵର ପାଣିଗ୍ରାହୀ, ସୈ।ମ୍ୟ ରଂଜନ, ସୋନୁ ପ୍ରସାଦ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜକ ତାପସ ରଂଜନ ରଥ ସୁପରିଚାଳନା କରିଥିଲେ।