April 29, 2026

ଗଜପତି:- ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ କୁମାରୋତ୍ସବ-୨୪ ପାଳନ

IMG-20241017-WA0028
Share

 

ପାରଳାଖେମୁଣ୍ଡି ସ୍ଥିତ ରାଜବାଟୀ ପରିସରରେ ଥିବା ୟୁ-ଟେକ୍ କମ୍ପ୍ୟୁଟର ଏଜୁକେଶନ ସେଣ୍ଟରର ପ୍ରଶିକ୍ଷଣ କକ୍ଷ ଠାରେ ଅଗ୍ରଣୀ ମହିଳା ଅନୁଷ୍ଠାନ “ପ୍ରଗତି ମହିଳା ସଙ୍ଗଠନ” ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଏକ ବର୍ଣlଢ଼୍ୟପୂର୍ଣ୍ଣ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ସାରସ୍ବତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ଶ୍ରୀମତୀ କଳ୍ପନା ପଟ୍ଟନାୟକ ।

ମୁଖ୍ୟତଃ ” ସଭ୍ୟତା ଯେତେ ଦ୍ରୁତ ଗତିରେ ଗଲେ ମଧ୍ୟ ଆମ ମହାନ୍ ସଂସ୍କୃତି ଏବଂ ପରମ୍ପରା , ରୀତି , ନୀତିକୁ ଆପଣେଇ ଏକ ସୁସ୍ଥ ପରିବାର ସମେତ ସୁସ୍ଥ ସମାଜ ଗଠନ କରିବା ଆମର ଲକ୍ଷ୍ୟ ବୋଲି ମଞ୍ଚାସିନ ବକ୍ତା ମାନେ ସେମାନଙ୍କ ବକ୍ତବ୍ୟରେ କହିବା ସହ କୁମାରୋତ୍ସବ ପାଳନ ଆମର କଳା ଓ ସଂସ୍କୃତି ଏକତା ଏବଂ ଆତ୍ୱୀୟତାର ପରିଚୟ ଦେଇଥାଏ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଭାବେ ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ହରିମୋହନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ୍ ସୁଚନା ଦେଇଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ଏବଂ ପ୍ରଗତିର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ ।

ସେହିଭଳି ଅନୁଷ୍ଠାନର ଉପସଭାପତି ଶ୍ରୀ ଲୋକନାଥ ମିଶ୍ର ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧିବକ୍ତା ଶ୍ରୀମତୀ ଇତିଶ୍ରୀ ମହାପାତ୍ର , ମୁଖ୍ୟ ବକ୍ତା ଭାବେ ଡ଼ଃ ଭାରତୀ ପାଣିଗ୍ରାହୀ , ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ମଞ୍ଚ ଉପରକୁ ଆହ୍ବାନ ତଥା ସ୍ଵାଗତ କରିଥିଲେ ସ୍ନେହା ବେହେରା ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଚାନ୍ଦିନୀ ସାହୁ ।

ଏହି କାର୍ଯ୍ୟକ୍ରମ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ସ୍ତର ଯାଏଁ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ତଥା କୃତୀ ଛାତ୍ର/ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରା ଯାଇଥିଲା।

ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ନୃତ୍ୟ ପରିବେଷଣ କରା ଯାଇଥିଲା।

ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶ୍ରୀ ପ୍ରଣବ ପଣ୍ଡା , ଶ୍ରୀ ଶରତ ପ୍ରଧାନ , ପାୟଲ ପାତ୍ର ପ୍ରମୁଖଙ୍କ ସମେତ ୟୁ – କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଅନୁଷ୍ଟନର ସମସ୍ତ କର୍ମଚରୀ , ଛାତ୍ର-ଛlତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-

You may have missed