April 30, 2026

୧୭୫୩ ମସିହରେ ସଂଘଠିତ ବାଲିପଦର “ଯୋଗୀ ଗୁମ୍ଫା” ଓ “ରକ୍ତଚୀରା”ର ଗୌରବମୟ ଇତିହାସକୁ ରୋମନ୍ଥନ କରିବା ଆବଶ୍ଯକ:—“ଘୁମୁସର ର ସ୍ବର”..

IMG-20241017-WA0013
Share

ବୁଗୁଡା:-ତା-୧୭-୧୦-୨୦୨୪ ବାଲିପଦରର ଗୌରବମୟ ଇତିହାସ ଅତି ପ୍ରାଚୀନ, ଘୁମୁସର ରାଜବଂଶ ଅଧିନରେ ଥିବା ଉକ୍ତ ଐତିହାସିକ ଗ୍ରାମ ବାଲିପଦରରେ ୧୭୫୩ ମସିହାରେ ଉପନିବେଶବାଦ ବିରୁଦ୍ଧରେ ଫରାସୀ ମାନଙ୍କ ସହ ସଂଘଟିତ ହୋଇଥିବା ଯୁଦ୍ଧ ଓଡିଶା ଇତିହାସରେ ପ୍ରଥମ। ବହୁ ଗବେଷକ ଏହାର ତର୍ଜମା କରି ଘୁମୁସର ରାଜ୍ଯର ଭଞ୍ଜ ରାଜ ବଂଶର ଅବଲୁପ୍ତ ଘଟଣାବଳୀକୁ ଲୋକ ଲୋଚନକୁ ଆଣିଛନ୍ତି। ସେହିପରି ବାଲିପଦର ସ୍ଥିତ ଯୋଗୀ ଗୁମ୍ଫା ଓ ତାର ସନ୍ନିକଟ ରକତ ଚୀରାର ଲୋମହର୍ଷକ ଇତିହାସକୁ ବର୍ତ୍ତମାନ ରୋମନ୍ଥନ କରିବା ଆବଶ୍ଯକ ରହିଛି ବୋଲି ଆଜି ବାଲିପଦର ବିଶ୍ବକର୍ମା ଭବନ ଠାରେ ଅନୁଷ୍ଠିତ “ଘୁମୁସର ର ସ୍ବର”ର ୧୪୨ ତମ ସାହିତ୍ୟ ଆଲୋଚନା ଚକ୍ରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

ଘୁମୁସର ର ସ୍ବରର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନିଳାଞ୍ଚଳ ପାତ୍ର, ମହାରଣା କୁଳ ସମ୍ପାଦକ ରାଜେନ୍ଦ୍ର ମହାରଣା, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ,କବି ବସନ୍ତ ବିଷୋୟୀ, କେ. ରାଘବ ପାତ୍ର, ସୁଶାନ୍ତ କୁମାର ବିଷୋୟୀ, ରଘୁନାଥ ମହାରଣା, ଦେବରାଜ ମହାରଣା, ଦିନବନ୍ଧୁ ମହାରଣା ପ୍ରମୁଖ ଯୋଗଦେଇ ଭଞ୍ଜ ରାଜବଂଶ ଓ ବାଲିପଦରର ଶିଳ୍ପୀ ଯୋଗୀ ମହାରଣାଙ୍କ ସମ୍ପର୍କରେ ନିଜ ନିଜ ବକ୍ତବ୍ଯ ରଖି ବାଲିପଦରର ଇତିହାସକୁ ଅଧିକ ଗବେଷଣାର ଆବଶ୍ଯକ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ସୁଶାନ୍ତ ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ।

**********