August 26, 2026

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ* 

IMG-20241017-WA0014
Share

 

 

ପାରଳାଖେମୁଣ୍ଡି,ତା ୧୭.୧୦.୨୦୨୪

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଳାକୁ ଜିଲ୍ଲାର ଚାଷୀ ଓ ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ନଭେମ୍ବର ତା.୦୮.୧୧.୨୦୨୪ ଓ ତା ୦୯.୧୧.୨୦୨୪ ରିଖ ଦୁଇ ଦିନ ଧରି ଗଜପତି ଷ୍ଟାଡିୟମ ଠାରେ ମେଳା ଆୟୋଜନ ହେବ I ଏଥିରେ ୨୦ ଗୋଟି ଷ୍ଟଲ ସହିତ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ଆୟୋଜିତ ହେବ I ପ୍ରତ୍ୟେକ ଦିନ ସଭାକାର୍ଯ୍ୟ ସହ ଚାଷୀ-ବୈଜ୍ଞାନିକଙ୍କ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ I ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ପାଳନରେ କୃତୀ ଅର୍ଜନ କରିଥିବା ୮ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା । ଏତଦବ୍ୟତୀତ ଗୋ-ସମ୍ବର୍ଧନା ଉତ୍ସବ ପାଇଁ ଗୋ-ପୁଜନ ସହ ଏକ ଗୋ-ପ୍ରଦର୍ଶନୀ ଅନୁଷ୍ଠିତ ହେବ I ପ୍ରତ୍ୟେକ ଦିନ ଜିଲ୍ଲାର ସମସ୍ତ ବ୍ଲକ ରୁ ୫୦୦ ରୁ ଅଧିକ ମତ୍ସ୍ୟ ଓ ପ୍ରାଣୀ ପାଳକ ଏହି ମେଳାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଅଛି I ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନାକୁ ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ଚାଷୀଙ୍କ ଅବଗତି ପାଇଁ ପ୍ରତିଦିନ ଲୋକନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ I

ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ତୁଷାର କାନ୍ତ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ରନାଥ ସ୍ଵାଇ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିଶା ବେହେରା,ଉପନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ସୁଶାନ୍ତ କୁମାର ଦାଶଙ୍କ ସମେତ

ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I

You may have missed