April 28, 2026

ଓଡିଶା ର ପର୍ବ ଓ ଓଡ଼ିଆଙ୍କ ପର୍ବ ପବିତ୍ର ଗର୍ଭଣା ସଂକ୍ରାନ୍ତି, ଆଗବୁଣ ପଛବୁଣ ଗର୍ଭଣାକୁ ଟୁଣୁ ଟୁଣୁ। 

IMG-20241017-WA0011
Share

ବୋଲଗଡ଼,(ଉପାନ୍ତ ଖବର) :ଆମ ଉତ୍କଳୀୟ ପରମ୍ପରାରେ ସମଗ୍ର ଚାଷୀକୁଳ ପାଇଁ ଏକ ମୁଖ୍ୟ ସଂକ୍ରାନ୍ତି ହେଉଛି ଗର୍ଭଣା ସଂକ୍ରାନ୍ତି। ରଜ ସଂକ୍ରାନ୍ତି,ମକର ସଂକ୍ରାନ୍ତି ପରି ଗର୍ଭଣା ସଂକ୍ରାନ୍ତିର ବି ଆମପରମ୍ପରା ରେ ଏକ ବିଶେଷ ଭୂମିକା ରହିଥାଏ। ଚାଷୀ ଟିଏ ନିଷ୍ଠାର ସହ ବିଲକୁ ଯାଇ ଜାଉ ପ୍ରସ୍ତୁତ କରି ଧାନଗଛକୁ ପୂଜା କରି ଥାଏ ଏବଂ ଭଲ ଅମଳ ହେବ ବୋଲି ବିଶ୍ୱାସ ରଖିଥାଏ। ଅନେକ ପର୍ବ କୃଷି ସମ୍ବନ୍ଧୀୟ ହୋଇଥିଲା ବେଳେ ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି ।ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଅଙ୍କରାନ୍ତି ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଚାଷୀମାନେ ଏହିଦିନକୁ ନିଷ୍ଠାର ସହିତ ପାଳନ କରନ୍ତି । କୃଷକ ସ୍ନାନାଦି କର୍ମ ସାରି ଅକରାନ୍ତି ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି- ଆଗେ ବୁଣୁ ପଛେ ବୁଣୁ, ଗର୍ଭଣା କୁ ଟୁଣୁ  ଟୁଣୁ। ଗର୍ଭଣା ସଂକ୍ରାନ୍ତି ବେଳକୁ ଆଗ ଓ ପଛ ବୁଣା ସମସ୍ତ ଧାନଗଛ ଗର୍ଭଧାରଣ କରିସାରିଥାଏ, ଧାନ ଫୁଲ ଧରେ ଓ କେଣ୍ଡା ବାହାରେ। ପାର୍ବଣ ଋତୁରେ ଚାଷୀର ମୁଖ୍ୟ ପର୍ବ ଗର୍ଭଣା ସଂକ୍ରାନ୍ତି ହୋଇଥିଲା ବେଳେ ଚଳିତ ବର୍ଷ ହର୍ଷ ଉଲ୍ଲାସରେ ଗର୍ଭଣା ସଂକ୍ରାନ୍ତି ପାଳନ କରିଛନ୍ତି ଚାଷୀ କୁଳ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।