October 23, 2026

ରାହାମା ଦୁର୍ଗାପୂଜା ୫୧ ବର୍ଷରେ ପଦାର୍ପଣ କରିଛି..

IMG-20261023-WA0006
Share

 

 

ରାହାମା(ଶାରଦା ପ୍ରସନ୍ନ ପରିଜା)ଦେଶ ବ୍ୟାପି ମାଁ’ଙ୍କର ପୂଜା ହୋଇଥିବା ବେଳେ ବିଶେଷ କରି ରାହାମାର ପ୍ରମୁଖ ଜାଗାରେ ଦୁର୍ଗା ମାଁ’ଙ୍କର ପୂଜା କାର୍ଯ୍ୟ ସାଙ୍ଗକୁ ସାଜସଜ୍ଜା ମାନ ଆକର୍ଷିତ କରୁଥିଲା।ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବହୁ ଚିତାକର୍ଷକ ଥିଲା।ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼.ବିଭୁ ପ୍ରସାଦ ତରାଇ, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ସହଧର୍ମିଣୀ ରାନୁଶ୍ରୀ ତରାଇ,ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ,ବାଳକୃଷ୍ଣ ଜେନା,କୁଜଙ୍ଗ ବ୍ଳକ ଜୋନ ୨ର ଜିଲ୍ଲା ପରିଷଦ ରବିନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବଜାର କମିଟି ସଭାପତି ଶିଶିର କୁମାର ଦାସ,ସମ୍ପାଦକ ପ୍ରଶାନ୍ତ କୁମାର ସାହୁ,କୋଷାଧକ୍ଷ ବଂଶୀଧର,ଆଇନ ପରାମର୍ଶଦାତା ଗଜେନ୍ଦ୍ର ବିଶ୍ବାଳ, ପ୍ରଦୀପ୍ତ କୁମାର ସାହୁ,ଅକ୍ଷୟ କୁମାର ସାହୁ,ମନୋହର ସ୍ବାଇଁ, ଚିନ୍ମୟ ଦାସ,ସରୋଜ କୁମାର ଦାସ,ସଞ୍ଜୟ କୁମାର ବେଉରା, ଜିତେନ୍ଦ୍ର ବେହେରା,ପ୍ରଦ୍ୟୁମ୍ନ ସାହୁ,ଶରତ ମହାନ୍ତି,ସୁରେଶ କୁମାର ସାହୁ,ସୁଲେଖ ବେହେରା, ପ୍ରଶାନ୍ତ କୁମାର ବିଶ୍ଵାଳ, ସୂର୍ଯ୍ୟକାନ୍ତ ଦାସ,ଶରତ ବାରିକ, ରାଜ କୁମାର ପାଣ୍ଡେ,ତାପସ ମଲ୍ଲ,ନିରଞ୍ଜନ ସାହୁ,ସଞ୍ଜିବ କୁମାର ସାହୁ,ଗଗନ ସ୍ବାଇଁ, କାହ୍ନୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ସୁଧାଂଶୁ ଶେଖର ମିଶ୍ର, ଅରୁଣ ତ୍ରିପାଠୀ,ଶୁଭକାନ୍ତ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦିତ କରିଥିଲେ।ପ୍ରେସ କ୍ଲବ ସଭାପତି ମାନସ ମହାନ୍ତି,ସମ୍ପାଦକ ଶ୍ରୀକାନ୍ତ ଦାସ,ସମ୍ବାଦ ପ୍ରତିନିଧି ଦେବାଶିଷ ଅକ୍ଷୟ କୁମାର ମହାନ୍ତି,ଜଙ୍ଗେଶ୍ୱର ପଲାଇ, ପ୍ରମୋଦ କୁମାର ମଲ୍ଲିକ,ସୁଶାନ୍ତ କୁମାର ମଲ୍ଲିକ,ସାରଦା ପ୍ରସନ୍ନ ପରଜା,ପବିତ୍ର ସେନାପତି, ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ ଏବଂ ବଳରାମ ବରାଳ, ଜଟାଧାର ସାହୁ,ଧଡି ସାହୁ, ଗନ୍ଧର୍ବ ସାହୁ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।