ଇଚ୍ଛାପୁରରେ ଶାରଦୀୟ ଉତ୍ସବ ପାଳିତ
ନାଚୁଣୀ,(ଉପାନ୍ତ ଖବର ମାନସ ରଞ୍ଜନ କର)ତା 22/10:ଚିଲିକା ମଣ୍ଡଳ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବୁଧବାର ଦିନ ଗ୍ରାମବାସୀଙ୍କ ସହଯୋଗରେ ଶାରଦୀୟ ଉତ୍ସବ ପାଳିତ ହୋଇଯାଇଛି l ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ବାଙ୍କନିଧି ଦେବଙ୍କୁ ଘଣ୍ଟ, ପଖଉଜ, କାହାଳୀ ଓ ଶଙ୍ଖ ଇତ୍ୟାଦି ବାଦନ କରାଇ ଭକ୍ତମାନେ ଗ୍ରାମର ସମସ୍ତ ସାହି
ପରିକ୍ରମା କରି ଦଶହରା ବେଦିକୁ
ନେଇଥିଲେ l ସେଠାରେ ସଂକୀର୍ତ୍ତନ ଗାୟକ ଗୌରାଙ୍ଗ ସ୍ୱାଇଁଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ
କରିଥିଲେ l ପୂଜାର୍ଚ୍ଚନା କାର୍ଯ୍ୟ
ସମାପ୍ତି ପରେ ଶାରଦୀୟ ଉତ୍ସବ କମିଟି, ଇଚ୍ଛାପୁର ଓ ସମାଜସେବୀ ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦ, ଇଚ୍ଛାପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ସ୍ମୃତି ସଂସଦର ସମ୍ପାଦକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଉତ୍ସବ କମିଟିର ପରିଚାଳକ ଶରତ ସ୍ୱାଇଁଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l
ଏଥିରେ ବିରିବାଡିସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ
ବିଦ୍ୟାପୀଠର ପ୍ରଧାନ ଶିକ୍ଷକ
କୁନା ମହତ୍ୱ ମୁଖ୍ୟ ଅତିଥି, ଛୋଟରାୟପୁରସ୍ଥିତ ସରକାରୀ
ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରାହ୍ମଚାରୀ ଜେନା ମୁଖ୍ୟବକ୍ତା, ଛକଡ଼ିପୁର ଗ୍ରାମର
ସମାଜସେବୀ ଲକ୍ଷ୍ମୀଧର ପଲେଇ, ଇଚ୍ଛାପୁର ବାଙ୍କନିଧି ଦେବ ନାଟ୍ୟ ସଂସଦର ପରିଚାଳକ ଚନ୍ଦ୍ରଶେଖର ପ୍ରଧାନ, ନୃତ୍ୟ ନିର୍ଦ୍ଦେଶକ ସଂଗ୍ରାମ ସ୍ୱାଇଁ
ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି କହିଥିଲେ ମା ଦୁର୍ଗତି ନାଶିନୀ ଦୁର୍ଗାଙ୍କ କୃପା ବଳରେ ଅନ୍ୟାୟ
ଉପରେ ନ୍ୟାୟର, ଅସତ୍ୟ ଉପରେ ସତ୍ୟର ଏବଂ ଅହଂକାର ଉପରେ ବିବେକର ବିଜୟ ହୁଏ l ମୁଖ୍ୟ ବକ୍ତା କହିଥିଲେ କନ୍ୟା ଭୃଣ ହତ୍ୟା, ନାରୀ ନିର୍ଯାତନା,ଶିଶୁ ଶ୍ରମିକ
ପ୍ରଥା ଉଚ୍ଛେଦ କରିବା ସହ ସମାଜରେ ନାରୀକୁ ଉପଯୁକ୍ତ ସମ୍ମାନ ଦେବା ବିଧେୟ l
ସଭାକାର୍ଯ୍ୟ ସମାପ୍ତ ହେବା ପରେ
ଗ୍ରାମର 4ର୍ଥ ଶ୍ରେଣୀଠାରୁ ଯୁକ୍ତ ଦୁଇ ବିଦ୍ୟାର୍ଥୀ ଏବଂ ଯୁବଗୋଷ୍ଠୀଙ୍କୁ
ନେଇ ଉପ କନିଷ୍ଠ, କନିଷ୍ଠ ଓ
ବରିଷ୍ଠ ବିଭାଗରେ କଣ୍ଠସଂଗୀତ,
ଏକକ ନୃତ୍ୟ, ଦଳୀୟ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା l
ଘୋଷକ ରୂପେ ଦେବରାଜ ପ୍ରଧାନ କାର୍ଯ୍ୟ ସମ୍ପାଦନ କରିଥିଲେ l ସନ୍ତୋଷ କୁମାର ମହାରଣାଙ୍କ ରଚନା ଓ ନିର୍ଦ୍ଦେଶନାରେ ଗ୍ରାମର କଳାକାରଙ୍କ ଦ୍ୱାରା
ସଚେତନତା ମୂଳକ ସାମାଜିକ
ନାଟକ ‘ଧନୀ ପୁଅର ଗର୍ବ ଚୂର୍ଣ୍ଣ’
ମଞ୍ଚସ୍ଥ ହୋଇଥିଲା l ପ୍ରତି ବିଭାଗରେ ଉତ୍ତମ ପ୍ରଦର୍ଶନ
କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା
ନଭେମ୍ବର ପନ୍ଦର ତାରିଖରେ ପାଳିତ ହେବାକୁ ଥିବା ସମାଜସେବୀ ବିଶ୍ୱନାଥ ସ୍ୱାଇଁଙ୍କ
ଏକାଦଶ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା l
