October 23, 2026

ଭିଜିଲାନ୍ସ ଜାଲରେ ବଡ଼ଚଣା R&B AEE: କଟକ-ଭୁବନେଶ୍ୱର ସହ ୭ଟି ସ୍ଥାନରେ ଚଢାଉ

IMG-20261023-WA0003
Share

 

 

ଭୁବନେଶ୍ବର(ସୁଧାଂଶୁ ଶେଖର ପରିଡା): ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ଆଣ୍ଡ୍‌ବି ବିଭାଗର ବଡ଼ଚଣା ସବ୍‌ଡିଭିଜନ୍‌ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। କଟକସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ୍‌ ବଳରେ ଚାଲିଥିବା ଏହି ତଲାସୀ ଅଭିଯାନରେ ୩ ଜଣ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ କର୍ମଚାରୀ ସାମିଲ ଅଛନ୍ତି। ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ଠାବ ପାଇଁ କଟକ ସିଡିଏ ସେକ୍ଟର-୭ ସ୍ଥିତ ତିନି ମହଲା କୋଠା, ପୁରୀ ସିଦ୍ଧମହାବୀରର ତିନି ମହଲା କୋଠା, କଟକ ଜିଲ୍ଲା କଣ୍ଟାପଡ଼ାର ଫାର୍ମହାଉସ୍‌ ଓ ସିମ୍ପ୍ଲେକ୍ସ, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆସ୍ଥିତ ପୈତୃକ ଘର, କଟକ ୪୨ ମୌଜା ବାଣ୍ଟୁଣିଆସ୍ଥିତ ଶ୍ୱଶୁର ଘର, ଭୁବନେଶ୍ୱର କଣ୍ଟାବାଡ଼ର ଦୁଇ ମହଲା କୋଠା ଏବଂ ବଡ଼ଚଣାସ୍ଥିତ କାର୍ଯ୍ୟାଳୟରେ ଏହି ତଲାସୀ ଅଭିଯାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।