October 23, 2026

ରାଜଗୁରୁ ସାହି ପୂଜା ମଣ୍ଡପରେ ରାଧେଗୋବିନ୍ଦ ଧାମ ପକ୍ଷରୁ ସତ୍‌ସଙ୍ଗ କୃପାଳୁ ସଂକୀର୍ତ୍ତନର ଦିବ୍ୟ ଝଙ୍କାର: ଦେବୀ ଦୁର୍ଗା ହେଉଛନ୍ତି ପରଂବ୍ରହ୍ମଙ୍କ ଯୋଗମାୟା ଶକ୍ତି

IMG-20261023-WA0004
Share

 

ପାରଳାଖେମୁଣ୍ଡି

‎ସ୍ଥାନୀୟ ରାଜଗୁରୁ ସାହିର ୫୨ତମ ଐତିହାସିକ ଦଶହରା ମହୋତ୍ସବ ପରିପ୍ରେକ୍ଷୀରେ ନିମନ୍ତ୍ରିତ କ୍ରମେ ‘ରାଧେଗୋବିନ୍ଦ ଧାମ’ ଆନୁକୂଲ୍ୟରେ ଏକ ଆଧ୍ୟାତ୍ମିକ ସତ୍‌ସଙ୍ଗ ଓ କୃପାଳୁ ଦିବ୍ୟ ସଂକୀର୍ତ୍ତନ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

‎ଶାରଦୀୟ ଦୁର୍ଗାପୂଜାର ଏହି ପବିତ୍ର ଉତ୍ସବରେ ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ପ୍ରେମରସାମୃତ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଖୋଳ-ତାଳର ତାଳେ ତାଳେ ହରିନାମ ଓ ରାଧାକୃଷ୍ଣ ସଂକୀର୍ତ୍ତନରେ ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇ ନୃତ୍ୟ କରିଥିଲେ।

‎ଏହି ଅବସରରେ ମା’ ଦୁର୍ଗାଙ୍କ ପ୍ରକୃତ ଆଧ୍ୟାତ୍ମିକ ସ୍ୱରୂପ ଉପରେ ମା’ ପରମବ୍ରହ୍ମ ଭଗବାନ ଶ୍ରୀକୃଷ୍ଣଙ୍କର ଅଭିନ୍ନ ଯୋଗମାୟା ଶକ୍ତି ତଥା ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ଦର୍ଶନ ଅନୁସାରେ, ମା’ ଦୁର୍ଗା ସମଗ୍ର ସଂସାରକୁ ପରିଚାଳନା କରୁଥିବା ପରାଶକ୍ତି। ସେ ଆସୁରିକ ପ୍ରବୃତ୍ତିର ଦଳନକାରିଣୀ ଏବଂ ଶରଣାଗତ ଜୀବ ପାଇଁ ଅହେତୁକୀ କରୁଣାମୟୀ ଜନନୀ। ମା’ଙ୍କ ଆରାଧନାର ଚରମ ଲକ୍ଷ୍ୟ ହେଉଛି ଅନ୍ତରର ବିକାରଗୁଡ଼ିକୁ ବିନାଶ କରି ଭଗବତ୍ ପ୍ରେମ ଲାଭ କରିବା।

 

‎ପୂଜା କମିଟିର ସହଯୋଗରେ ଆୟୋଜିତ ଏହି ସତ୍‌ସଙ୍ଗରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଶେଷରେ ଯୁଗଳ ଆରତି ଓ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

‎

‎