November 26, 2024

ହାତୀପଲ୍ଲର ଉପଦ୍ରବରେ ବ୍ଯାପକ ଫସଲ ନଷ୍ଟ

Share

ହାତୀପଲ୍ଲର ଉପଦ୍ରବରେ ବ୍ଯାପକ ଫସଲ ନଷ୍ଟ
ବୁଗୁଡ଼ା : ତା ୧୭/୦୮/୨୩ : କିଛି ଦିନର ନୀରବତା ପରେ ପୁଣି ମାତିଲେ ହାତୀ l ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ତ ବୁଗୁଡା ବନାଞ୍ଚଳର ଭଗବାନପୁର ସେକ୍ସନ ନୁଆଁପଲ୍ଲୀ ବିଟ୍ ଅନ୍ତର୍ଗତ ସିଙ୍ଗିପୁର, ନୂଆପଲ୍ଲୀ, କିରିଆମ୍ବା ଓ ହୀରାପଲ୍ଲୀ ଗ୍ରାମରେ ଦୁଇଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରଵରେ ଚାଷୀ ଆତଙ୍କିତ ହୋଇ ପଡିଛନ୍ତି l ଗତ ରାତ୍ରରେ ୮ ଟିକିଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ହୀରାପଲ୍ଲୀ ଗ୍ରାମର ସନ୍ତୋଷ ନାୟକଙ୍କ ମକା, ଧାନ ଓ ବହୁ ନଡ଼ିଆ ଗଛ ସମ୍ପୂର୍ଣ୍ଣ ଭାବେ କ୍ଷତି ହେବା ସହିତ ବିଭିନ୍ନ ପରିବା ଚାଷ ମଧ୍ୟ କ୍ଷତି ଘଟିଥିବା ଜଣା ପଡିଛି l ଏହି କ୍ଷୟକ୍ଷତିକୁ ନେଇ ଚାଷୀ ବୁଗୁଡ଼ା ବନାଞ୍ଚଳରେ ଅଭିଯୋଗ ପରେ ବନ କର୍ମଚାରୀମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଯଦିଓ ସରକାରୀ ସ୍ତରରେ କ୍ଷୟକ୍ଷତିର ଆକଳନ କରି କିଛି ସହାୟତା ଯୋଗାଇ ଦିଆଯାଉଛି ତାହା ଚାଷୀଙ୍କ ପରିଶ୍ରମର ତୁଳନାରେ କମ୍ ହେଉଛି l ଏହି ହାତୀପଲ୍ଲ ବାଲୁଗାଁ ରେଞ୍ଜରୁ ଦୁଇଦିନ ହେଲା ଆସିଛନ୍ତି ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ ପାଇଛି l

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.