April 18, 2025

ରାୟଗଡା ଅତିରିକ୍ତ ଜିଲ୍ଳାପାଳ ସାଧାରଣ ଭାବେ ଭାସ୍କର ରଇତଙ୍କ ଯୋଗଦାନ ——

Share

ରାୟଗଡା ଅତିରିକ୍ତ ଜିଲ୍ଳାପାଳ ସାଧାରଣ ଭାବେ ଭାସ୍କର ରଇତଙ୍କ ଯୋଗଦାନ ——

ରାୟଗଡା/17/8/23 : -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ସାଧାରଣ ଭାବେ ଭାସ୍କର ରଇତ, ଓଏଏସ (ବରିଷ୍ଠ) ଗତକାଲି ତା 16/08/23ରିଖରେ କାର୍ଯ୍ୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ଅତିରକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିବା ପ୍ରକଳ୍ପ ପ୍ରଶାସକ ଆଇତିଡିଏ ଶ୍ରୀ ଦିଲ୍ଲୀପ କୁମାର ବେହେରାଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ରଇତଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ରଇତ ଏଥି ପୂର୍ବରୁ ନବରଙ୍ଗପୁର ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ପାଖାପାଖି ୨ବର୍ଷ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିଲେ । ସେ ନବରଙ୍ଗପୁର ଜିଲ୍ଳାରେ. ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଉପଜିଲ୍ଳାପାଳ ଭାବେ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଦାୟିତ୍ୱ ତୁଲାଇ ଥିଲେ । ବର୍ତମାନ ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିକାଶରେ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି,ତତ୍କାଳୀନ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କ ଦେଓଗଡ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି ହେବା ଥିବା ବେଳେ ଶ୍ରୀ ରଇତଙ୍କୁ
ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ବଦଳି ହୋଇଥିଲା ।