କୁଜଙ୍ଗ ଅଞ୍ଚଳରେ ମାଟି ମାଫିଆଙ୍କୁ ଗିରଫ !!

କୁଜଙ୍ଗ ୧୭/୦୫/୨୦୨୬
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଭୂମି ତାଡି ମାଟି ଚାଲାଣ କରୁଥିଲେ ମାଫିଆ l ଏଥିପାଇଁ ସ୍ୱତନ୍ତ୍ର ଟିମ୍ କରାଯାଇ ଚଳେଇଥିଲେ ମାଫିଆରାଜ l କିନ୍ତୁ ଭାଗ୍ୟ ସାଥ ଦେଲାନି l ମାଡି ବସିଲେ ପୋଲିସ l ସାଥିରେ ଥିଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ.ଡି.ପି.ଓ ଏବଂ ଏହି ଟିମ୍ କୁ ମହାମାନ୍ୟ ଏସ.ପି, ଜଗତସିଂହପୁର କରୁଥିଲେ ପରିଚାଳନା l ଏପରି ବଡ଼ ଧରଣର ମାଟି ମାଫିଆଙ୍କ ରାଜ ଚାଲିଥିଲା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲ ଅଧିନସ୍ତ ଫତେପୁର ପଞ୍ଚାୟତ ର ପ୍ରତାପପୁର ଗ୍ରାମରେ l ସରକାରୀ ଜମି (ଆଇ.ଡି.ସି.ଓ) ରୁ ବେଆଇନ ଭାବେ ମାଟି ଖୋଳି କୋଟି କୋଟି ଟଙ୍କାର ରାଜସ୍ବ ଲୁଟି ଚାଲିଥିଲେ l ଏହି ଅପରାଧ ର ମାତ୍ରା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ, କୁଜଙ୍ଗ ପୋଲିସ ସହାୟତାରେ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତିର୍ତ୍ତୋଲ ଏସ.ଡି.ପି.ଓ.,ଜଗତସିଂହପୁର ଏସ.ପି ଙ୍କ ପରିଚାଳନା ରେ ସେମାନଙ୍କୁ କାବୁ କରିଥିଲେ l ଚଢ଼ାଉ ସମୟରେ ୬ ଟା ପ୍ରୋକଲିନ ମେସିନ, ୧୧ ଟା ହାଇୱା, ୬ଜଣ ହାଇୱା ଚାଳକ ଙ୍କୁ କାବୁ କରିଥିଲେ କୁଜଙ୍ଗ ପୋଲିସ l ଚାଳକ ମାନଙ୍କର ନାମ ଯଥାକ୍ରମେ ୨୯ ବର୍ଷୀୟ ସୋମନାଥ ବେହେରା, ୪୮ ବର୍ଷୀୟ ଶ୍ରୀହରି ପାତ୍ର, ୨୬ବର୍ଷୀୟ ଚନ୍ଦନ ପରିଡା, ୩୮ ବର୍ଷୀୟ ତୁଷାର କୁମାର ସାହୁ, ୫୧ ବର୍ଷୀୟ ହରେକୃଷ୍ଣ ସ୍ୱାଇଁ, ୬୩ ବର୍ଷୀୟ ପ୍ରମୋଦ କୁମାର ତରାଇ l ଏମାନଙ୍କ ମଧ୍ୟରେ ଗାଡି ମାଲିକ ସମେତ ମେସିନ ଅପରେଟର ଏବଂ ଚାଳକ କାର୍ଯ୍ୟରେ ନିୟୋଜିତ ଥିବାର ଜାଣିବାକୁ ମିଳିଛି l କୁଜଙ୍ଗ ପୋଲିସ ଉପରୋକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରି କୁଜଙ୍ଗ ପି.ଏସ. କେସ ନମ୍ବର ୧୩୧/୨୬ ରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l ଏହି ପ୍ରାୟୋଜିତ ଅପରାଧିକ ମାମଲାକୁ ଚଳାଉଥିବା ମାଷ୍ଟର ମାଇଣ୍ଡ କୁ ଧରିବାକୁ ପୋଲିସର ତଦନ୍ତ ଚାଲିଛି । ଖୁବଶୀଘ୍ର ଏହି ରାକେଟ ର ପର୍ଦାଫାଶ ହେବ ବୋଲି ତଦନ୍ତ କରୁଥିବା ଅଫିସର ଙ୍କ ନିକଟରୁ ପ୍ରକାଶ ।
