May 17, 2026

୭୦ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଶ୍ରୀ ସମ୍ମାନ୨୦୨୬ ସମ୍ମାନରେ ସମ୍ମାନିତ

IMG-20260517-WA0012
Share

 

ଆଜି ପୁରୀ ସହର ସଂସ୍କୃତି ଭବନ ପରିସରରେ ଶ୍ରୀଜୀଉ ଫାଉଣ୍ଡେସନ ପକ୍ଷରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୫୦ନମ୍ବରରୁ ଉର୍ଦ୍ଧ ନମ୍ବର ରଖିଥିବା ଜିଲ୍ଲାର ବିଭିନ୍ନ ବ୍ଲକର ୭୦ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସଂଜୀବ ରଥଶର୍ମାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୁରୀ ସଦର ବ୍ଲକ ଅଧକ୍ଷ ଦିବାକର ପାତ୍ର, ସମ୍ମାନିତ ଅତିଥିଭାବେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସମାଜସେବୀ ଚକ୍ରଧର ମହାପାତ୍ର, ବିନୟ ନୃସିଂହ ମହାପାତ୍ର, ହରିହର ମହାପାତ୍ର, ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ମଧୁସୂଦନ ସିଂହାରୀ, ବଲାଙ୍ଗୀର ସମାଜସେବୀ ବାସୁଦେବ ପତି, ବିଶିଷ୍ଟ ଶିଳ୍ପପତି ଦୁର୍ଗାଦତ୍ତ ସୁବୁଦ୍ଧି ଏବଂ ଶିକ୍ଷାବିତ ଦେବାଶିଷ ମିଶ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କୁ ନିଜନିଜ ଅଭିଭାଷଣ ରେ ଆଗକୁ କିଭଳି ଉନ୍ନତି କରିବେ ଦିଗଦର୍ଶନ ଦେଖାଇବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ l ପରେପରେ ଶିଶୁ କଳାକାର ମାନଙ୍କ ଦ୍ୱାରା ରଥଖଳା ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଶିଶୁ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ତଥା ଯୁବନେତା ଅରୁଣ ମିଶ୍ରଙ୍କ ସହିତ ହାପିନେସ ଫାଉଣ୍ଡେସନ ର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ