ଆଜିର ଖବର…
୧-ଭୁବନେଶ୍ୱର:ତୈଳ ସଙ୍କଟ, ସୋମବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ହେବ ସ୍ୱାଭାବିକ:ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଞ୍ଜୟ ଲାଠ।
୨-ପୁରୀ:ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଲାଗିବ ନୂଆ କବାଟ, ବ୍ୟବହାର କରାଯାଉଛି ୩ କ୍ୱିଣ୍ଟାଲ ପିତ୍ତଳ।
୩-କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇରେ ତୁରଭୁଜ ଖାଇ ପରିବାରର ୫ ଜଣ ଅସୁସ୍ଥ, ଜଣେ ନାବାଳକ ମୃତ।
୪-ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବିନ, ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ।
୫-ଭୁବନେଶ୍ୱର:୧୯୦ ଦେଶରେ ପାଳିତ ହେଉଛି ଆର୍ଟ ଅଫ୍ ଗିଭିଂର ୧୩ ତମ ସଂସ୍କରଣ।ଓଡ଼ିଶାର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ୍ ଓ ପଞ୍ଚାୟତରେ ଆର୍ଟ ଅଫ୍ ଗିଭିଂର ଅନୁଗାମୀ ଓ ଶୁଭେଚ୍ଛୁ ସାମିଲ।
୬-ବ୍ରହ୍ମପୁର:ବ୍ରହ୍ମପୁରରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନ ଆହତ।
୭-ମୋହନା:କ୍ରିକେଟ ଖେଳ ସାଜିଲା କାଳ ; ବଜ୍ରାଘାତରେ ଯୁବ କ୍ରିକେଟର ମୃତ,ମୃତକ ଜଣକ ହେଉଛନ୍ତି ଜୟନ୍ତ କୁମାର ।
୮-ଭୁବନେଶ୍ୱର:ବଢ଼ିଲା ଘରୋଇ ବସ ଭଡ଼ା, କିଲୋମିଟର ପିଛା ୨ ପଇସା ବୃଦ୍ଧି।
୯-ଭୁବନେଶ୍ୱର:ତେଲ ପରେ ବଢ଼ିଲା ଚିନି ଦର,ଥିଲା ୪୩ ହେଲା ୪୫।
୧୦-ବିଦେଶୀଙ୍କ ମନକୁ ଛୁଉଁଛି ଓଡ଼ିଶା ମାଟିର ଫଳ ପରିବା; ଲଣ୍ଡନ ଓ ଇଟାଲୀ ବଜାରରେ ‘ଆମ୍ରପାଲି’ର କ୍ରେଜ୍।
୧୧-ଖଣି କମ୍ପାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍; ବିସ୍ଥାପିତଙ୍କ ସାମାଜିକ ଓ ଅର୍ଥନୀତି ପ୍ରତି ଧ୍ୟାନ ଦିଅ।
୧୨-ଭବାନୀପାଟଣା:କାଳବୈଶାଖୀର ତାଣ୍ଡବ, ଅନେକ ସ୍ଥାନରେ ଭାଙ୍ଗି ପଡ଼ିଲା ଗଛ।
୧୩-CBSE ର ବଡ଼ ନିଷ୍ପତ୍ତି: ଏବେ ୯ମ ଓ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ପଢ଼ିବେ ୩ଟି ଭାଷା।
୧୪-କେନ୍ଦ୍ରାପଡା ନଳପାରି ଗାଁ:ପିଲାଙ୍କ ହାତରେ ମୋବାଇଲ୍ ବଦଳରେ ଗୀତା, ଖରା ଛୁଟିରେ ଗୀତା ଓ ଭାଗବତ ଶିକ୍ଷା ଦେଉଛନ୍ତି ସନ୍ଧ୍ୟାରାଣୀ।
୧୫-ଭୁବନେଶ୍ବର: ସଅଳ ଆସିଲା ମୌସୁମୀ । ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।
୧୬-IPL: ଗୁଜୁରାଟକୁ ଅଟକାଇଲା କୋଲକାତା,୨୯ରନ୍ ରେ ଜିତିଲା, ସପ୍ତମ ସ୍ଥାନକୁ ଉଠିଲା।
୧୭-IPLରେ ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପଞ୍ଜାବ ଓ ବେଙ୍ଗାଲୁରୁ ମଧ୍ୟରେ ହେବ ମୁକାବିଲା।
୧୮-NEET-UG ପେପର ଲିକ୍ ମାମଲା, ପୁନେରୁ ମାଷ୍ଟର ମାଇଣ୍ଡ ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI।
୧୯-କୋଲକାତା: ଏସ୍ ଆଇ ଆର୍ ରୁ ନାମ ବାଦ୍ ହେଲେ ବି ବନ୍ଦ୍ ହେବ ନାହିଁ ରାସନ୍: ଖାଦ୍ୟ ମନ୍ତ୍ରୀ
୨୦-ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ,ପାକିସ୍ତାନର ଇତିହାସ ଆଉ ଭୂଗୋଳ ବଦଳିଯିବ: ଭାରତୀୟ ସ୍ଥଳସେନା ମୁଖ୍ୟ।
୨୧-ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ।
୨୨-ପୁଣି ଯୁଦ୍ଧ ପ୍ରସ୍ତୁତିରେ ଆମେରିକା, ଆସନ୍ତା ସପ୍ତାହରେ ହେବ ଇରାନ ଉପରେ ହମ୍ ଲା।
