April 23, 2026

ମୋହନା ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ଦିବସ ପାଳନ

IMG-20260417-WA0027
Share

 

ମୋହନା(ଗଣେଶ ବିଷୋୟୀ)ଆଜି ମୋହନା ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ବିଜୁ ଜନତା ଦଳ ତରଫରୁ ଆଡମ୍ବର ସହକାରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ କୁ ପ୍ରବାଦ ପୁରୁଷ ଦିବସ ଭାବେ ପାଳନ କରାଯାଇଛି। ଏହି ଦିବସରେ ବିଜୁ ବାବୁ ଙ୍କ ଦେଶ ପ୍ରେମ ଓ ଓଡିଶା ବିକାଶ ରେ ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଦିବସରେ ବିଜେଡି ଦଳର ପୁରୁଖା ଏବଂ ଜିଲ୍ଲା ସ୍ତରୀୟ ନେତା ଓ କର୍ମୀ ଯୋଗଦେଇ ବିଜୁ ବାବୁ ଏବଂ ତାଙ୍କ ସୁପୁତ୍ର ନବୀନ ବାବୁଙ୍କ ଓଡିଶା ପ୍ରତି ରହିଥିବା ଅବଦାନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ସଭାରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସମସ୍ତ କର୍ମୀ ଏକ ହୋଇ ଦଳପ୍ରତି କାର୍ଯ୍ୟ କରିବା ନିମନ୍ତେ କହିବା ସଙ୍ଗେ ବିଜୁ ବାବୁ ଏବଂ ନବୀନ ବାବୁଙ୍କ ସମ୍ପର୍କରେ ଆଲୋଚନା କରି ସ୍ଥାନୀୟ ଜନସାଧାରଣ ଙ୍କ ସେବା କରିବା ନିମନ୍ତେ କର୍ମୀ ମାନଙ୍କୁ ବୁଝାଇଥିଲେ। ସେହି ପରି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ, ଲଷ୍ମୀ ପରିଚ୍ଛା, ରାମ ଦଳବେହେରା, ପ୍ରକାଶ ନାୟକ, ରା.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲଷ୍ମୀ ନାରାୟଣ ଶବର,ଭୀମ ପାଇକ, ଜେମ୍ସ ରାଇକା, ରା.ଉଦୟଗିରି ଜିଲ୍ଲାପରିଷଦ,ଜିଲ୍ଲା ଯୁବ, ମହିଳା, ଛାତ୍ର ସଂଗଠନ ର ନେତା ଓ ନେତ୍ରୀ ଙ୍କ ସମେତ ବ୍ଲକ ସ୍ତରୀୟ ଦଳୀୟ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।ଏହି ତିରୋଧାନ ଦିବସରେ ଶତାଧିକ ମହିଳା, ଯୁବ, ଛାତ୍ର ଏକଜୁଟ ହୋଇ ଆଗାମୀ ତ୍ରି -ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କିପରି ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ଦଖଲ କରିହେବ ବର୍ତ୍ତମାନ ଠାରୁ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ବିଧାୟକ ପ୍ରକାଶ କରିଥିଲେ। ତତସଙ୍ଗେ ନୂଆଗଡ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟ ରେ ଘଟିଥିବା ଅଘଟଣ ରେ ଦୁଇ ନିଷ୍ପାପ ଛାତ୍ରୀ ଙ୍କ ପାଚେରୀ ପଡି ମୃତ୍ୟୁ ହୋଇଥିବା ରୁ ସେମାନଙ୍କ ଆତ୍ମା ଶାନ୍ତି ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

You may have missed