April 24, 2026

ସିବିଏସସି ବୋର୍ଡ ପରକ୍ଷାରେ ଧର୍ମଗଡ଼ ଛାତ୍ରଙ୍କ କୃତିତ୍ୱ

IMG-20260417-WA0033
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଏବର୍ଷର ସିବିଏସସି ଦଶମ ବୋର୍ଡର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ସ୍ଥିଥ ଜିଲ୍ଲାର ଅନ୍ୟତମ ସୁନାମଧନ୍ୟ ଏଲନିସି ମିଶନ ସ୍କୁଲର ଛାତ୍ରଛାତ୍ରୀ ମାନେ ଉତ୍କୃଷ୍ଟ ପରୀକ୍ଷା ଫଳାଫଳ ପ୍ରଦର୍ଶନ କରିଛନ୍ତି।ସୂଚନା ଅନୁଯାୟୀ, ଏହି ସ୍କୁଲର ମୋଟ ୫୯ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିବାବେଳେ, ପାସ ହାର ଶତକଡା ଶହେ ହୋଇଛି।ଏଥିମଧ୍ୟରୁ ପ୍ରାୟ ୧O ଜଣ ଛାତ୍ରଛାତ୍ରୀ ୯O% ରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି।ସେଥିମଧ୍ୟରୁ ସହିଦ ଦିଲ୍ଲୀପ କୁମାର ସାହୁ ଓ ଶିକ୍ଷୟିତ୍ରୀ ସାରଦା ସାହୁଙ୍କ ସୁପୁତ୍ର ସ୍ଵୟାଁସୁ ସତ୍ୟପ୍ରଜ୍ଞ ସାହୁ ୯୯. ୨ % ନମ୍ବର ରଖି ସମଗ୍ର କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇ ଧର୍ମଗଡ଼ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଉକ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ, ସ୍କୁଲ ଡାଇରେକଟର ଶ୍ରୀ ଏସ ଜୟ କୁଟ୍ଟୀ ପ୍ରକାଶ କରିଛନ୍ତି ଯେ, ଧର୍ମଗଡ଼ର ଏଲନିସି ସ୍କୁଲ ପୁଣିଥରେ ସମଗ୍ର ପଶ୍ଚିମ ଓଡିଶାରେ ସର୍ବୋଚ୍ଚ ଓ ଉତ୍କୃଷ୍ଟ ଶିକ୍ଷାଗତ ରେକର୍ଡରେ ସର୍ବାଗ୍ରେ ରହିଛି। ଛାତ୍ର ସ୍ଵୟାଂଶୁଙ୍କ କୃତିତ୍ୱକୁ ନେଇ ସ୍କୁଲର ଡାଇରେକଟରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁବେଛା ଜଣାଇଛନ୍ତି। ଏଥିସହ ଧର୍ମଗଡ଼ ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏବଂ ବିଭିନ୍ନ ମହଲରୁ ସ୍ଵୟାଂଶୁଙ୍କ ପାଇଁ ସୂବେଛାର ସୁଅ ଛୁଟି ଚାଲିଛି। ଏଥିସହ ଜିଲ୍ଲାର ଭବାନୀପାଟଣା ସମେତ ସମସ୍ତ ଅଞ୍ଚଳରେ ଥିବା ସିବିଏସସି ସ୍କୁଲ ଗୁଡିକର ପରୀକ୍ଷା ଫଳାଫଳ ଉତ୍କୃଷ୍ଟ ହୋଇଥିବା ଜଣାପଡ଼ିଛି।

You may have missed