June 24, 2026

ରୋହିଗାଁ ପଞ୍ଚାୟତର ଭତ୍ତା ଟଙ୍କା ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

IMG-20230816-WA0062
Share

ରୋହିଗାଁ ପଞ୍ଚାୟତର ଭତ୍ତା ଟଙ୍କା ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୪୧ ଜଣଙ୍କ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ସ୍ଥାନୀୟ ସରପଞ୍ଚ ବଶିଷ୍ଠ କୁମାର ଜେନାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି,ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ମହେଶ୍ୱର ବେହେରା, ଶିବାନନ୍ଦ ସେଠୀ, କାଳିଚରଣ ରଣା, ବାଳକୃଷ୍ଣ ସ୍ୱାଇଁ, ବାବୁଲା ଜେନା, ବସନ୍ତ ସ୍ୱାଇଁ, ଈଶ୍ୱର ପ୍ରଧାନ, ପର୍ଶୁରାମ ବେହେରା, ହୀନ ବେହେରା, ପିଣ୍ଟୁ ସେଠୀ, ତଫାନ ବେହେରା, ଲଳିତ ବିଷୋୟୀ, ଟୁକୁନା ଖଟେଇ, ମନୋଜ କୁମାର ଜେନା, ନାରାୟଣ ଜେନା, ବିଚିତ୍ରା ନନ୍ଦ ଜେନା, ବିପ୍ରଚରଣ ଜେନା, ଦିବାକର ଜେନାଙ୍କ ସମେତ ବହୁ ଗ୍ରାମବାସୀ ଓ ସିଆରପି, ଏମବିକେ ମାନେ ଉପସ୍ଥିତ ରହି ନୂତନ ମଧୁବାବୁ ଭତ୍ତା ହିତାଧିକାରୀଙ୍କୁ ୧ ମାସର ଭତ୍ତା ଟଙ୍କା ବଣ୍ଟନ କରିଥିଲେ। ଜଣଙ୍କ ୧୪୧ ଜଣଙ୍କ ୫୦୦ଟଙ୍କା ଲିଖି ୭୦ ହଜାର ୫୦୦ ଟଙ୍କା ବଣ୍ଟନ କରିଥିଲେ। ଏହି ପଞ୍ଚାୟତରେ ନୂତନ ଭାବେ ଜଡ଼ିତ ହୋଇଥିବା ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ