June 17, 2026

୫ଟି ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ

IMG-20230816-WA0060
Share

୫ଟି ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ

ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ୫ଟି ଗ୍ରାମ ପଞ୍ଚାୟତ ସ୍ତରରେ ମଙ୍ଗଳବାର ଦିନ ନୂତନ ମଧୁବାବୁ ଭତ୍ତା ଟଙ୍କା ବଣ୍ଟନ କରିଥିଲେ । କୁକୁଡ଼ାଖଣ୍ତି ବ୍ଲକ କନଫରେନ୍ସ ହଲ୍ ଠାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଲୋକ ସମସ୍ତ ସୁବିଧା ପାଇପାରିବେ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୁଖ୍ୟମନ୍ତ୍ରୀ ପ୍ରତିନିଧି ଗୋପବନ୍ଧୁ ଦାସ ଅତିଥି ଭାବେ ଯୋଗଦେଇ ୬୪୧ ଜଣଙ୍କ ନୂତନ ମଧୁବାବୁ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ପଲ୍ଲବୀ ସ୍ୱାଇଁ ସଭାପତିତ୍ବରେ ହିତାଧିକାରୀ ମାନଙ୍କୁ ଟଙ୍କା ବଣ୍ଟନ କରିଥିଲେ। ଏଥିରେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବରିଷ୍ଠ କିରାଣି ସାହେବ ଶବର, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ,ପିଇଓ ମାନେ ହେଲେ ବିଷ୍ଣୁଚରଣ ସାହୁ,ଏସ ରାଜେଶ କୁମାର ରାଓ, ଚିନ୍ମୟ ବେହେରା, ସୁଚିତ୍ରା ପାତ୍ର ,ଗୁରୁଣ୍ଠି ସରପଞ୍ଚ ବି. ମାଙ୍ଗତା ପାତ୍ର, ହୁଗୁଳାପଟ୍ଟ ସରପଞ୍ଚ ବି. ବାପେୟା ପାତ୍ର, ସମିତି ସଭ୍ୟା ପ୍ରତିନିଧି ରଞ୍ଜନ ବରଡ, ବୋରିଗାଁ ସମିତି ସଭ୍ୟ ସନ୍ତୋଷ କୁମାର ସାହୁ, ଲୋଚାପଡା ସମିତି ସଭ୍ୟ ଚଣ୍ଡୀଚରଣ ସାହୁ ,ନିମଖଣ୍ତି ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଭତ୍ତା ଟଙ୍କା ବଣ୍ଟନ କରିଥିଲ। କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ହୁଗୁଳାପଟ୍ଟ, ଗୁରୁଣ୍ଠି, ନିମଖଣ୍ତି, ବୋରିଗାଁ, ଲୋଚାପଡା ଇତ୍ୟାଦି ଗ୍ରାମ ପଞ୍ଚାୟତ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ ବ୍ୟବସ୍ଥାରେ ଏହାସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ସମିତି ପକ୍ଷରୁ ବାଦ୍ଧକ୍ୟ ଭତ୍ତା, ବିଧାବା ଭତ୍ତା ଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed