July 16, 2026

ସିଂଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି

IMG-20260716-WA0044
Share

ସିଂଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି 16,7,2026,ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ଗ୍ରାମ ପଞ୍ଚାୟତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ବିଦ୍ୟାଳୟ ପରିଚାଳନା ପାଇଁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି! ଏଥି ନେଇ ବିଦ୍ୟାଳୟ ପରିସରରେ ପିତାମାତା ଓ ଶିକ୍ଷକଙ୍କୁ ନେଇ ଏକ ବୈଠକ ପୂର୍ବତନ ସଭାନେତ୍ରୀ ରୋଜିତା ଗୌଡ଼ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି! ବୈଠକରେ କେନ୍ଦୂପଦର୍ ସିଆରସିସି ରଞ୍ଜିତା ପାତ୍ର, ନିମିନା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମା ଶଙ୍କର ସାହୁ ଓ ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଆଜିର ବୈଠକ ର ଆଭିମୁଖ୍ୟ ଜଣାଇବାକୁ ଯାଇ କିପରି ଶୃଙ୍ଖଳାର ସହିତ ସଭାପତି ଚୟନ ହେବ ତାର ନିୟମ ପଢ଼ି ଥିଲେ!ଆଗରୁ ବଛାହୋଇଥିବା ପନ୍ଦର ଜନସଭ୍ୟ ସଭ୍ୟା ମଧ୍ୟରେ ନୂତନ ସଭାପତି ଭାବେ ନୃସିଂହ ଜେନା ଓ ଉପସଭାନେତ୍ରୀ ଭାବେ ଶୁଲୋଚନା ସାହୁ ସର୍ବସମ୍ମତି କ୍ରମେ ମନୋନୀତ ହେଲେ! ସେହିଭଳି କମିଟି ର ସଭ୍ୟ ସଭ୍ୟା ଭାବେ ସତ୍ୟନାରାୟଣ ଜେନା,ରଞ୍ଜନ ସ୍ୱାଇଁ, ରବିନାରାୟଣ ରଣା ରଞ୍ଜନ ବେହେରା, ଭଗବାନ ଡାକୁଆ, ରଞ୍ଜନ ସାହୁ, ସୋଭାଗିନି ବେହେରା, ବାସନ୍ତୀ ସହୁ, ସୁନୀତା ସ୍ୱାଇଁ, ସଂଯୁକ୍ତା ବେହେରା, ସୁମିତ୍ରା ବିଷୋୟୀ, ନର୍ମଦା ଡାକୁଆ, ରବୀନ୍ଦ୍ର ଦାସ,ରୋଜୀତା ଗୌଡ଼, ପ୍ରମୁଖ ଏହି କମିଟିର ନୂତନ ସଦସ୍ୟ ସଦସ୍ୟା ଭାବେ ଚୟନ କରାଗଲା, ବୈଠକ ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଭାକର ବିଷୋୟୀ ମଧ୍ୟ କମିଟିର ଜଣେ ସଦସ୍ୟ ଅଟନ୍ତି! ଅନ୍ୟ ମାନଙ୍କ ମଧ୍ୟରେ ଗୀତାଞ୍ଜଳି ଦାସ ଓ ଯଜ୍ଞାସେନି ପ୍ରଧାନ କମିଟି ଗଠନ ରେ ସହଯୋଗ କରିଥିଲେ! ଏହି କମିଟି ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟର ଶୈଖିକ ବାତାବରଣ ଓ ପରିବେଶ ଓ ପୋଷାକ ବଣ୍ଟନ, ମଧ୍ୟାହ୍ନ ଭୋଜନ ଇତ୍ୟାଦି କାର୍ଯକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରି ପିଲାମାନଙ୍କ ପାଠପଢ଼ା ଓ ଉପସ୍ଥାନ ନିୟମିତ କରାଇବାରେ ସହଯୋଗ କରିବେ ବୋଲି ଆଶା କରାଯାଉଛି! ନୂତନ କମିଟି ଗଠନ ହେଇଥିବାରୁ ସମସ୍ତ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି! ଶେଷରେ ସଭାନେତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରି ସମସ୍ତ ସଦସ୍ୟ,ସଦସ୍ୟା ଙ୍କୁ ଧନ୍ୟବାଦ ଦିଆଯାଇଥିଲା!ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ