July 16, 2026

ପୁଷ୍ପ ନଗର ଠାରୁ ବଜର ଗୁମା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟର ଶୁଭ ଉଦଘାଟନ କଲେ ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ..

IMG-20260716-WA0056
Share

        ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ର ସୋରଡ଼ା ବ୍ଲକ୍ ଅନ୍ତର୍ଗତ ନୁଆଁଗଡ଼ ଗ୍ରାମପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେ ପୁଷ୍ପନଗର ଠାରୁ ବଜରଗୁମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ।

 

ପୁଷ୍ପନଗରରୁ ବଜରଗୁମାକୁ ସଂଯୋଗ କରୁଥିବା ଏହି ସଡ଼କ ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ହୃଦୟରେ ସାଇତି ରହିଥିବା ଏକ ଅପେକ୍ଷା,ଏକ ଆଶା ଓ ଏକ ସ୍ୱପ୍ନର ପ୍ରତୀକ ଥିଲା। ଆଜି ସେହି ସ୍ୱପ୍ନ ସାକାରର ପ୍ରଥମ ଅଧ୍ୟାୟ ରଚିତ ହୋଇଛି।ପ୍ରତ୍ୟେକ ଶିଳାନ୍ୟାସ ଏକ ନୂଆ ସକାଳର ବାର୍ତ୍ତା ବହନ କରୁଛି, ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟ ସୋରଡ଼ାର ସମୃଦ୍ଧ ଭବିଷ୍ୟତର ଭିତ୍ତିପ୍ରସ୍ତର ପାଲଟୁଛି।

 

ଏହି ରାସ୍ତା ଆଗାମୀ ଦିନରେ ସଫଳ ହେଲେ କୃଷକଙ୍କ ପରିଶ୍ରମର ଫସଲ ସହଜରେ ବଜାରରେ ପହଞ୍ଚିବ, ଛାତ୍ରଛାତ୍ରୀଙ୍କ ଶିକ୍ଷାଯାତ୍ରା ଅଧିକ ସୁଗମ ହେବ, ରୋଗୀମାନେ ଚିକିତ୍ସାଳୟରେ ପହଞ୍ଚିବାରେ ସମୟୋପଯୋଗୀ ହେବ ଏବଂ ଅଞ୍ଚଳର ସାମାଜିକ,ଆର୍ଥିକ ପ୍ରଗତି ଏକ ନୂତନ ଗତି ସଞ୍ଚାର କରିବ।

ସୋରଡ଼ା ରୁ ସଞ୍ଜୟ କୁମାର ସେଠି ଙ୍କ ରିପୋର୍ଟ