ସାରଳା ଘଣ୍ଟବାଦ୍ୟ ରେ ପ୍ରାକମ୍ପିତ ହେଲା ହାଇଦ୍ରାବାଦ ର ରଥଯାତ୍ରା
ତିର୍ତ୍ତୋଲ ତା 16/7/2026 ଭାରତବର୍ଷର ବହୁ ପ୍ରସିଦ୍ଧସ୍ଥାନ ମାନଙ୍କରେ, ସାରଳା ଘଣ୍ଟବାଦ୍ୟ ଓ ଘଟନୃତ୍ୟ ଯଥେଷ୍ଟ ସୁନାମସୁଖ୍ୟାତି ଅର୍ଜ୍ଜନ କରିଥିଲା ବେଳେ, ଚଳିତବର୍ଷ ରଥଯାତ୍ରା ରେ ହାଇଦ୍ରାବାଦ ର ସହଦନଗର ସ୍ଥିତ, ଜୟ ଜଗନ୍ନାଥ ସ୍ୱାମୀ ସେବାଟ୍ର୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ରଥଯାତ୍ରା ରେ ଘଣ୍ଟବାଦ୍ୟ ପରିବେଷଣ କରି ଯାତ୍ରାପଥ କୁ ପ୍ରକମ୍ପିତ କରିଦେଇ ଥିଲେ l ସେବାଟ୍ରଷ୍ଟ ର ସଭାପତି ଦିବ୍ୟରଞ୍ଜନ ନାୟକ ଓ ଟ୍ରଷ୍ଟର ଅଧ୍ୟକ୍ଷ କାର୍ତ୍ତିକ ଦାଶ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଓ ସମସ୍ତ ଓଡ଼ିଆପ୍ରବାସୀ ଙ୍କ ସହଯୋଗ ରେ ବିପୁଳଜନସମାଗମ ମଧ୍ୟରେ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା l ସାରଳା ଘଟନୃତ୍ୟ ଅନୁଷ୍ଠାନର ନିର୍ଦ୍ଦେଶକ ରମାକାନ୍ତ ରାଉଳ ଙ୍କ ପ୍ରେରଣା ରେ ପନ୍ଦରଜଣ ସେବାୟତ, କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ l ବିଶ୍ୱରଞ୍ଜନ ରାଉଳ ଙ୍କ ନେତୃତ୍ୱ ରେ ପ୍ରଳୟ କୁମାର ରାଉଳ (ତୋଫାନ ) କାହ୍ନୁ ଚରଣ ନାୟକ, ଆଦିତ୍ୟ ନାରାୟଣ ରାଉଳ, ଚିନ୍ମୟ ରାଉଳ, ଅମୁଲ୍ୟ ନାୟକ, ସୁଧାକର ରାଉଳ, ପ୍ରତ୍ୟୁଷ ରାଉଳ, ବିଶ୍ୱଜିତ ରାଉଳ, ଲିପୁନ ରାଉଳ, ରାକେଶ ଦାସ, ଅନତ ନାୟକ, ଶିବସୁନ୍ଦର ରାଉଳ ଓ ଟୁକୁନା ନାୟକ ପ୍ରମ୍ମୁଖ, ରଥାରୁଢ଼, ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ତିନିରଥ ରେ ଘଣ୍ଟବାଦ୍ୟ ର ଘୋରଘର୍ଗର ନାଦ ପ୍ରକମ୍ପିତ କରିଥିଲେ l ପ୍ରାୟ କୋଡିଏହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତ, ଜଗନ୍ନାଥପ୍ରେମୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା l
